ବଳାଙ୍ଗିର(ଘଟେଶ୍ୱର ମିଶ୍ର): ଘରେ ବସି ଦୁଃଖସୁଖ ହେଉଥିଲେ ମା’ଝିଅ। ହଠାତ୍ ମୁଣ୍ଡ ଉପରେ ଖସି ପଡ଼ିଲା ଛାତ । କେହି କିଛି ବୁଝିବା ଆଗରୁ ହଠାତ୍ ଘଟିଥିବା ଏହି ଅଘଟଣରେ ମା’ ଝିଅଙ୍କ ଅବସ୍ଥା ଗୁରୁତର ଅଛି। ଏପରି ଅଭାବନୀୟ ଘଟଣା ଗତ ରାତିରେ ବଲାଙ୍ଗିର ସହର ରୁଗିଡିପଡା ମ୍ୟୁନିସିପାଲିଟିରେ ଘଟିଛି। ଗୁରୁତର ମା’ଝିଅ ହେଲେ ଗାୟତ୍ରୀ କୁମ୍ଭାର (୭୫) ଓ ତାଙ୍କ ଝିଅ ଆରତୀ କଲେତ(୪୨)।
ଗାୟତ୍ରୀ କୁମ୍ଭାର ପୌରସଂସ୍ଥାରେ ଚାକିରି କରିଥିବା ବେଳେ ରୁଗିଡିପଡା ମ୍ୟୁନିସିପାଲିଟି କଲୋନୀରେ ରହୁଥିବା ବେଳେ ଅବସର ଗ୍ରହଣ ପରେ ବି ସେଠାରେ ରହୁଛନ୍ତି। ତାଙ୍କ ଝିଅ ଆରତୀ ଗତ ରାତିରେ ମା’ଙ୍କ ନିକଟକୁ ଆସିଥିଲେ। ଉଭୟ ମା’ ଝିଅ କଥାବାର୍ତ୍ତାରେ ମଜ୍ଜି ଯାଇଥିବା ବେଳେ ହଠାତ୍ ଉଭୟଙ୍କ ମୁଣ୍ଡ ଉପରେ ଖସି ପଡ଼ିଲା ଛାତ ।
ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ । ୭୫ ବର୍ଷୀୟ ଗାୟତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ସେପଟେ ୪୨ ବର୍ଷୀୟା ଗାୟତ୍ରୀଙ୍କୁ ବଲାଙ୍ଗିର ହସପିଟାଲରେ ଚିକିତ୍ସିତ କରାଯାଉଛି ।
The post ଦୁଃଖସୁଖ ହେଉଥିଲେ ମା’ଝିଅ, ମୁଣ୍ଡ ଉପରେ ଖସି ପଡ଼ିଲା ଛାତ appeared first on Odisha Reporter.
from Odisha Reporter https://ift.tt/6w4Y0oK
No comments:
Post a Comment