ନକଲି ଟାଟା ଚାହା ଜବତ, ବ୍ୟବସାୟୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 17, 2022

ନକଲି ଟାଟା ଚାହା ଜବତ, ବ୍ୟବସାୟୀ ଗିରଫ

ସାଲେପୁର(ଓଡ଼ିଶା ରିପୋର୍ଟର): ନକଲି ଜିନିଷର ହବ୍‌ ପାଲଟିଛି କଟକ। ନକଲି ତେଲ, ଘିଅ, ଡିଟରଜେଣ୍ଟ୍ ଫ୍ୟାକ୍ଟ୍ରି,ମସଲା, ସସ୍‌ ଓ ଜର୍ଦ୍ଦା କରାଖାନା କଟକ ଜିଲ୍ଲାରୁ ଠାବ ହେବା ପରେ ନକଲି ଟାଟା ଚାହା ଜବତ କରିଛି ପୁଲିସ। ଏହି ଘଟଣାରେ ପୁଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଏସ କେ ରିଜବାନ।

ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରର ଏକ ଭେରାଇଟି ଷ୍ଟୋରରେ ରିଜବାନ ନକଲି ଚାହା ବିକ୍ରୀ କରୁଥିବା  ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା।  ଗତକାଲି  ନିଶ୍ଚିନ୍ତକୋଇଲି ପୁଲିସ ହଠାତ୍ ଦୋକାନ ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବହୁ ସଂଖ୍ୟାରେ ଟାଟା ଚାହା ପ୍ୟାକେଟ ଜବତ କରିଥିଲା।

ଆଉ କେଉଁ ମାନେ ନକଲି ଟାଟା ଚାହା ଆଣି ବଜାରରେ ବିକ୍ରି କରୁଛନ୍ତି, ପୁଲିସ ତାର ତଦନ୍ତ କରୁଛି।

 

The post ନକଲି ଟାଟା ଚାହା ଜବତ, ବ୍ୟବସାୟୀ ଗିରଫ appeared first on Odisha Reporter.



from Odisha Reporter https://ift.tt/BV2sKNl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages