ଫାଇଲ ମାଡ଼ର ହାଇଡ୍ରାମା; ପଏଣ୍ଟ ଭୁଲି ଯାଇଥିଲେ ପୂର୍ବତନ ପୌର ନିର୍ବାହୀ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 18, 2022

ଫାଇଲ ମାଡ଼ର ହାଇଡ୍ରାମା; ପଏଣ୍ଟ ଭୁଲି ଯାଇଥିଲେ ପୂର୍ବତନ ପୌର ନିର୍ବାହୀ ଅଧିକାରୀ

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦରେ ଲାଗିରହିଛି ହାଇଡ୍ରାମା । ପୌରାଧ୍ୟକ୍ଷା ଓ ପୂର୍ବତନ ପୌର ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଏବେ ନୂଆ ମୋଡ଼ ନେଇଛି। ଆରୋପ ପ୍ରତ୍ୟାରୋପର ତାଲିକା ସରିବା ନାଁ ଧରୁନି।

ପୂର୍ବତନ ପୌର ନିର୍ବାହୀ ଅଧିକାରୀ ଅଶୋକ ରାଉତ ପୂର୍ବରୁ ପୌରାଧ୍ୟକ୍ଷାଙ୍କ ନାମରେ ଗୋଟିଏ ମାମଲା ରୁଜୁ କରିଥିବା ବେଳେ  ଏବେ ପୁଣି ଥରେ ଗତ ରାତିରେ ଆଉ ଏକ ମାମଲା ରୁଜୁ କରିଛନ୍ତି । କିଛି ପଏଣ୍ଟ ଭୁଲି ଯାଇଥିବାରୁ ସେ ଆଉ ଏକ ମାମଲା ରୁଜୁ କରିଥିବା କହିଛନ୍ତି  ଅଶୋକ ରାଉତ । ପୁଲିସ୍‌ ମଧ୍ୟ ନିର୍ବାହୀ ଅଧିକାରୀଙ୍କ ବୟାନ ରେକର୍ଡ କରିବା ସହିତ ଏହି ଘଟଣା ସମୟରେ ଉପସ୍ଥିତ ଥିବା କାଉନସିଲର ପୌର କର୍ମଚାରୀ ଓ ଅଭିଯୋଗ କରିବାକୁ ଆସିଥିବା ନୀଳାଚଳ କଲୋନୀ ବାସୀଙ୍କ ବୟାନ ରେକର୍ଡ କରିଛି।

ଏନେଇ ଅଶୋକ ରାଉତ କହିଛନ୍ତି, ଅକ୍ଟୋବର ୧୫ରେ ଚାଲିଥିବା ବୈଠକରେ ପୌରାଧ୍ୟକ୍ଷା ମୋ’ ଉପରକୁ ଆକ୍ରମଣାତ୍ମକ ଢଙ୍ଗରେ ଫାଇଲ ଫୋପାଡ଼ି ମୋତେ ଭୟଭୀତ କରିଥିଲେ, ମୋ’ ଅଫିସ ରୁମ୍‌ରେ ତାଲା ପକାଇଥିଲେ। ଫଳରେ ସବୁଠି ମୋର ଓ ମୋ’ ପରିବାରର ସମ୍ମାନହାନୀ ହୋଇଛି। ୧୬ ତାରିଖରେ ପ୍ରଥମ ଏଫଆଇଆର ଲଜ୍‌ କରିଥିଲି। ୧୭ରେ କପି ପାଇଥିଲି।  ହେଲେ ସେତେବେଳେ ଭିଡିଓ ଭାଇରାଲ ସହ ବଦଳି ହୋଇଥିବାରୁ କିଛି ପଏଣ୍ଟ ଭୁଲି ଯାଇଥିଲି । ତେଣୁ ଏବେ ଦ୍ୱିତୀୟ ଥର ପାଇଁ ଥାନାର ଦ୍ୱାରସ୍ଥ ହୋଇଛି । ମୋତେ ଉଚିତ ନ୍ୟାୟ ମିଳିବ ବୋଲି ଆଶା କରୁଛି। ମୋ’ ପ୍ରତି ବିପଦ ଥିବାରୁ ସୁରକ୍ଷା ମାଗିଛି।

ଗତ ଅକ୍ଟୋବର ୧୫ ତାରିଖରେ ବ୍ୟାସନଗର କାଉନସିଲ ମିଟିଂରେ ଘଟିଥିବା ଘଟଣା ନଭେମ୍ବର ୧୫ରେ ଭାଇରାଲ ହେବା ପରେ ଏହାକୁ ନେଇ ଆରମ୍ଭ ହେଲା ତୁମ୍ବି ତୋଫାନ । ଏହି ଘଟଣାକୁ ନେଇ ମାସେ ହେଲା ଚୁପ୍‌ ରହିଥିବା ପୂର୍ବତନ ପୌର ନିର୍ବାହୀ ଅଧିକାରୀ ଅଶୋକ ରାଉତ ୧୬ ତାରିଖରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗଆଙ୍କ ନାମରେ ବ୍ୟାସନଗର ଥାନାରେ ଅଭିଯୋଗ କଲେ।  ଏହାପରେ ଗତକାଲି ଠିକା ସଂସ୍ଥାର ଜଣେ ସୁପରଭାଇଜର ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ଆଣି ଅଶୋକ ରାଉତଙ୍କ ନାମରେ ଅଭିଯୋଗ କରିଛନ୍ତି।

ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଥିବା ବେଳେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର।

The post ଫାଇଲ ମାଡ଼ର ହାଇଡ୍ରାମା; ପଏଣ୍ଟ ଭୁଲି ଯାଇଥିଲେ ପୂର୍ବତନ ପୌର ନିର୍ବାହୀ ଅଧିକାରୀ appeared first on Odisha Reporter.



from Odisha Reporter https://ift.tt/8Zxhiy5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages