ପାରାଦୀପ(ରମାକାନ୍ତ ନାୟକ): ରାସ୍ତା କଡ଼ରେ ଅଟକିଥିଲା କୋଇଲା ବୋଝେଇ ଟ୍ରକ । ଭିତରେ ଡ୍ରାଇଭର, ହେଲପର କେହି ନ ଥିଲେ । ହଠାତ ହୁତୁହୁତୁ ହୋଇ ଟ୍ରକ୍ଟି ଜଳିବାକୁ ଲାଗିଲା। ଏଥିରେ କେହି ମୃତାହତ ହୋଇନ ଥିବା ବେଳେ ଟ୍ରକ୍ଟିର ଅଧିକାଂଶ ଅଂଶ ଜଳି ଯାଇଛି। ଏପରି ଅଘଟଣ ଆଜି ଭୋରରୁ ଜଗତସିଂହପୁର ଜିଲ୍ଲା ପାରାଦୀପ ଚଣ୍ଡିଖୋଲ ରାଜପଥର ଭୂତମୁଣ୍ଡାଇ ବ୍ରିଜ ନିକଟରେ ଘଟିଛି ।
ପାରାଦୀପରୁ କୋଇଲା ବୋଝେଇ କରି ଗତକାଲି ରାତିରେ ଏକ ଟ୍ରକ୍ ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା। ଏହି ସମୟରେ ଟ୍ରକ୍ଟି ଭୂତମୁଣ୍ଡାଇ ବ୍ରିଜ ନିକଟରେ ରାତିରେ ଅଟକିଥିଲା। ଡ୍ରାଇଭର, ହେଲପର ଗାଡ଼ିଟିକୁ ରାସ୍ତା ପାର୍ଶ୍ୱରେ ଛିଡ଼ା କରି କେଉଁଆଡ଼େ ଚାଲି ଯାଇଥିଲେ।
ଆଜି ଭୋରରୁ ଗାଡ଼ିଟି ଜଳୁଥିବା ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗାଡ଼ିର କ୍ୟାବିନ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ କୋଇଲା ସୁରକ୍ଷିତ ଥିବା ଜଣାଯାଇଛି।
ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ସର୍ଟ ସର୍କିଟରୁ ଏପରି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଏଥରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି । ତେବେ ଡ୍ରାଇଭର, ହେଲପର ଘଟଣାସ୍ଥଳରେ ନ ଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ।
The post ରାସ୍ତା କଡ଼ରେ ଛିଡ଼ା ହୋଇଥିଲା ଟ୍ରକ୍, ଲାଗିଗଲା ନିଆଁ appeared first on Odisha Reporter.
from Odisha Reporter https://ift.tt/e59WB6n
No comments:
Post a Comment