ମୋର୍ବି ଝୁଲା ପୋଲ ଭାଙ୍ଗିବା ଘଟଣା: ମରାମତି ବଜେଟ୍ ଥିଲା ୨ କୋଟି, ଖର୍ଚ୍ଚ ହୋଇଥିଲା ୧୨ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 5, 2022

ମୋର୍ବି ଝୁଲା ପୋଲ ଭାଙ୍ଗିବା ଘଟଣା: ମରାମତି ବଜେଟ୍ ଥିଲା ୨ କୋଟି, ଖର୍ଚ୍ଚ ହୋଇଥିଲା ୧୨ ଲକ୍ଷ

ଅହମଦାବାଦ: ଗୁଜରାଟର ମୋର୍ବିରେ ଝୁଲନ୍ତା ପୋଲ ଭାଙ୍ଗି ୧୩୫ ଜଣ ଲୋକ ମରିବା ଘଟଣାରେ ପୁଲିସ୍ ତଦନ୍ତ ଜାରି ରଖିଥିବା ବେଳେ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ। ୧୪୩ ବର୍ଷର ଏହି ପୋଲକୁ ମରାମତି କରିବା ପାଇଁ ୨ କୋଟି ଟଙ୍କାର ବଜେଟ ରଖାଯାଇଥିଲା। ତେବେ ମାତ୍ର ୧୨ଲକ୍ଷ ଟଙ୍କାରେ ପୋଲର ମରାମତି କାର୍ଯ୍ୟ କରାଯାଇଥିଲା। ଏଥିରୁ ଅନୁମାନ କରି ହେଉଛି ମରାମତି କାମ କେମିତି ହୋଇଥିଲା।

ଏହି ପୋଲର ମରାମତି କରିବା ଦାୟିତ୍ୱ ନେଇଥିଲା ଜୟଶୁଖ ପଟେଲଙ୍କ ‘ଦ ଓରେବା ଗ୍ରୁପ୍‌’। ୧୫ ବର୍ଷ ପାଇଁ ଏହି ପୋଲର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ପାଇଥିଲା ଜୟଶୁଖ ପଟେଲଙ୍କ କମ୍ପାନୀ। ଗତ ମାର୍ଚ୍ଚ ମାସରେ ମୋର୍ବି ନଗରପାଳିକା ସହିତ ଏ ନେଇ କଂପାନୀର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

ମାର୍ଚ୍ଚରେ ଦାୟିତ୍ୱ ନେବା ପରେ ଅକ୍ଟୋବର ୨୪ ତାରିଖରେ ‘ଦ ଓରେବା ଗ୍ରୁପ୍‌’ ଘୋଷଣା କଲା ଯେ ଝୁଲା ପୋଲଟିର ମରାମତି କାମ ସଂପୂର୍ଣ୍ଣ ହୋଇଯାଇଛି। ୬ ମାସ ଧରି ମରାମତି କାର୍ଯ୍ୟ ଚାଲିଥିଲା। ଏବେ ଏହା ଲୋକଙ୍କ ଯା’ଆସ ପାଇଁ ସୁରକ୍ଷିତ। ଗୁଜରାଟୀ ନୂଆବର୍ଷ ଠାରୁ ଏହାକୁ ଖୋଲାଯିବ।

ଅନ୍ୟପକ୍ଷରେ ପୁଲିସ୍ ତଦନ୍ତ ବେଳେ ଜଣାପଡ଼ିଛି ଯେ ‘ଦ ଓରେବା ଗ୍ରୁପ୍‌’ ନିଜେ ଝୁଲା ପୋଲର ମରାମତି କାମ କରି ନଥିଲା। ଏହା ଆଉ ଏକ କମ୍ପାନୀକୁ  ଦାୟିତ୍ୱ ଦେଇଥିଲା। ‘ଦ ଓରେବା ଗ୍ରୁପ୍‌’ ଘଡ଼ି ଓ ଅନ୍ୟାନ୍ୟ ଜିନିଷ ତିଆରି କରେ। ଝୁଲା ପୋଲ ଭଳି ଭିତ୍ତିଭୂମି ନିର୍ମାଣ ବା ମରାମତି କରିବାର ଅଭିଜ୍ଞତା ତା’ ପାଖରେ ନାହିଁ। ସେହିପରି ଯେଉଁ କମ୍ପାନୀ (ଦେବ ପ୍ରକାଶ ସଲ୍ୟୁସନ୍‌ସ)କୁ ଏହା ଝୁଲା ପୋଲର ମରାମତି ଦାୟିତ୍ୱ ଦେଇଥିଲା, ତା’ର ବି ଏଭଳି କାର୍ଯ୍ୟ ଉପରେ ଅଭିଜ୍ଞତା ନାହିଁ। ଝୁଲା ପୋଲର ମରାମତି କରିବା ନେଇ ଯେଉଁ ବୈଷୟିକ ଜ୍ଞାନ କୌଶଳ ଆବଶ୍ୟକ, ତାହା ସେ କମ୍ପାନୀ ପାଖରେ ନାହିଁ।

ଅଳ୍ପ କିଛି କାମ କରି ମରାମତି ଶେଷ ହୋଇଗଲା ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଝୁଲା ପୋଲର ମରାମତି ନାଁରେ କେବଳ ରଙ୍ଗ କରାଯାଇଥିଲା ଓ ଗ୍ରୀସ୍ ଦିଆଯାଇଥିଲା। ତା’ସାଙ୍ଗକୁ ଆଉ କିଛି ନାମମାତ୍ର କାର୍ଯ୍ୟ କରାଯାଇଥିଲା। ଝୁଲା ପୋଲଟିକୁ ଆହୁରି ଦୃଢ଼ କରିବାକୁ କୌଣସି କାର୍ଯ୍ୟ କରାଯାଇ ନଥିଲା। ଜଙ୍କ୍‌ ଲାଗିଥିବା ଲୁହା କେବୁଲ ଓ ଅନ୍ୟାନ୍ୟ ସାମଗ୍ରୀକୁ ବଦଳା ଯାଇ ନଥିଲା। ସେଥିପାଇଁ ୨ କୋଟି ବଜେଟ୍ ଥିବା ବେଳେ ମାତ୍ର ୧୨ ଲକ୍ଷ ଖର୍ଚ୍ଚ ହୋଇଥିଲା। ମରାମତିରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାହା ଦେବ ପ୍ରକାଶ ସଲ୍ୟୁସନ୍‌ସରୁ ଜବତ କାଗଜପତ୍ରରୁ ଜଣାପଡ଼ିଛି।

ଜଣେ ଅଧିକାରୀ କହିଛନ୍ତି ଯେ ‘ଦ ଓରେବା ଗ୍ରୁପ୍‌’ର ଅଧ୍ୟକ୍ଷ ଜୟଶୁଖ ପଟେଲ ଓ ତାଙ୍କ ପରିବାର ଲୋକେ ଝୁଲା ପୋଲ ଉପରେ ଥରୁଟିଏ ବୁଲି ଆସିବା ପରେ ତାହା ଲୋକଙ୍କ ଯା’ଆସ ପାଇଁ ସୁରକ୍ଷିତ ବୋଲି ଘୋଷଣା କରି ଦେଇଥିଲେ। ଝୁଲା ପୋଲ ମରାମତି ପରେ ଏହା ହିଁ ଥିଲା ଏକମାତ୍ର ଫିଟ୍‌ନେସ୍ ଟେଷ୍ଟ୍‌।

The post ମୋର୍ବି ଝୁଲା ପୋଲ ଭାଙ୍ଗିବା ଘଟଣା: ମରାମତି ବଜେଟ୍ ଥିଲା ୨ କୋଟି, ଖର୍ଚ୍ଚ ହୋଇଥିଲା ୧୨ ଲକ୍ଷ appeared first on Odisha Reporter.



from Odisha Reporter https://ift.tt/Ee5R3p6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages