ଦିଲ୍ଲୀ ଅବକାରୀ ନୀତି ମାମଲା: ସାମ୍ନାକୁ ଆସିଲା କେସିଆରଙ୍କ ଝିଅ କବିତାଙ୍କ ନାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 30, 2022

ଦିଲ୍ଲୀ ଅବକାରୀ ନୀତି ମାମଲା: ସାମ୍ନାକୁ ଆସିଲା କେସିଆରଙ୍କ ଝିଅ କବିତାଙ୍କ ନାଁ

ହାଇଦ୍ରାବାଦ: ଦିଲ୍ଲୀ ଅବାକରୀ ନୀତି ଦୁର୍ନୀତି ଘଟଣାରେ ଏବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଧାୟକ କବିତାଙ୍କ ନାଁ ଯୋଡ଼ି ହୋଇ ଯାଇଛି। ଅବକାରୀ ନୀତି ଦୁର୍ନୀତି ଘଟଣାରେ ତାଙ୍କ ଭୂମିକା ରହିଥିବାରୁ ଇଡି ତାଙ୍କ ବିରୋଧରେ ତଦନ୍ତ କରିବାକୁ ଚାହୁଁଛି। ଏନେଇ ଇଡି ପକ୍ଷରୁ କିଛି ଦସ୍ତାବିଜ୍ କୋର୍ଟରେ ମଧ୍ୟ ଦାଖଲ କରାଯାଇଛି। କୋର୍ଟରେ ଦାଖଲ ହୋଇଥିବା ଦସ୍ତାବିଜରେ କବିତାଙ୍କ ସମେତ ଆଉ କିଛି ଲୋକଙ୍କ ନାଁ ରହିଛି।

ଇଡି ଅବକାରୀ ନୀତି ଦୁର୍ନୀତି ଘଟଣାରେ ବୁଧବାର ଗୁରୁଗ୍ରାମରୁ ବ୍ୟବସାୟୀ ଅମିତ ଅରୋରାଙ୍କୁ ଗିରଫ କରିଥିଲା। ତାଙ୍କୁ ଗିରଫ ପରେ ଇଡି ଅଧିକାରୀମାନେ ଜେରା କରିଥିଲେ। ଏହି ସମୟରେ ସେ ଦେଇଥିବା ବୟାନକୁ ଆଧାର କରି କେସିଆରଙ୍କ ଝିଅ କବିତାଙ୍କ ନାଁ ମାମଲାରେ ଯୋଡ଼ା ଯାଇଛି।

ଅବକାରୀ ନୀତି ସହ ସାଉଥ ଗ୍ରୁପର ଲିଙ୍କ ରହିଛି। ଏହି ଗ୍ରୁପର ପ୍ରମୁଖ ସଦସ୍ୟ ହେଉଛନ୍ତି କବିତା। ଅନ୍ୟତମ ଗିରଫ ବ୍ୟବସାୟୀ ବିଜୟ ନାୟରଙ୍କ ମାଧ୍ୟମରେ ସାଉଥ ଗ୍ରୁପ ଦିଲ୍ଲୀର କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ) ନେତାମାନଙ୍କୁ ଅତି କମରେ ୧୦୦ କୋଟି ଟଙ୍କା ଦେଇଥିବା ଇଡି ଦାବି କରିଛି।

ଅନ୍ୟପକ୍ଷରେ ଇଡିର ଏପରି ଦାବି ପରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କବିତା। ସେ କହିଛନ୍ତି, ବର୍ତ୍ତମାନ ଯେଉଁ ସବୁ ରାଜ୍ୟରେ ନିର୍ବାଚନ ହେବାର ଅଛି, ସେଠାକୁ ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ଇଡି ଚାଲି ଆସୁଛି। ଏକଥା ସମସ୍ତେ ଜାଣିଛନ୍ତି।

କୌଣସି ତଥ୍ୟ ପ୍ରମାଣ ନଥାଇ ସିବିଆଇ ଓ ଇଡି ଟିଆରଏସ୍ ନେତାଙ୍କ ବିରୋଧରେ ମାମଲା କରୁଛି। ଏହା ନିମ୍ନ ମାନସିକତାର ରାଜନୀତି। ଆପଣମାନେ କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରି ନିର୍ବାଚନ ଜିତି ପାରିବେ ନାହିଁ। ବିଜେପି ୮ ବର୍ଷ ମଧ୍ୟରେ ୯ଟି ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିଛି। ଏବେ କେସିଆରଙ୍କ ନେତୃତ୍ୱାଧୀନ ସରକାରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାର କରାଯାଉଥିବା କବିତା ଅଭିଯୋଗ କରିଛନ୍ତି।

The post ଦିଲ୍ଲୀ ଅବକାରୀ ନୀତି ମାମଲା: ସାମ୍ନାକୁ ଆସିଲା କେସିଆରଙ୍କ ଝିଅ କବିତାଙ୍କ ନାଁ appeared first on Odisha Reporter.



from Odisha Reporter https://ift.tt/PZwCTX0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages