ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧାମ୍ୟାଚରେ ଅନ୍ଧାର ହୋଇଗଲା କଳିଙ୍ଗ ଷ୍ଟାଡିୟମ। ୧୫ ମିନିଟ ଧରି ବନ୍ଦ ରହିଲା ମ୍ୟାଚ୍। ଗତକାଲି ଇଣ୍ଡିଆନ୍ ସକର୍ ଲିଗରେ ଏକ ମ୍ୟାଚ୍ ଚାଲିଥିବା ବେଳେ ହଠାତ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବାରୁ ପ୍ରାୟ ୧୫ ମିନିଟ ଧରି ବ୍ୟାଘାତ ହୋଇଥିଲା ଖେଳ।
ଗତକାଲି ଓଡ଼ିଶା ଏଫସି ଓ ଚେନ୍ନାଇ ଏଫସି ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପ୍ରଥମେ ଗୋଟିଏ ଟାଓ୍ୱାରର ବିଦ୍ୟୁତ କଟିଯାଇଥିଲା। ପରବର୍ତ୍ତୀ ୩-୪ ମିନିଟ ମଧ୍ୟରେ ଅନ୍ୟ ସମସ୍ତ ଟାଓ୍ୱାରରେ ଲାଇନ କଟିଯାଇଥିଲା। ଯାହାଫଳରେ ୧୫ ମିନିଟ ଅନ୍ଧାର ହୋଇଯାଇଥିଲା କଳିଙ୍ଗ ଷ୍ଟାଡିୟମ। ଲାଇଟ ସଜଡ଼ା ହେବା ପରେ ପୁଣି ମ୍ୟାଚ୍ ଖେଳାଯାଇଥିଲା।
ମ୍ୟାଚରେ ଚେନ୍ନାଇକୁ ୩-୨ ଗୋଲରେ ହରାଇ ଓଡ଼ିଶା ଏଫସି ବିଜୟୀ ହୋଇଥିଲା। ଏହାପୂର୍ବରୁ ଆଇଏସଏଲ୍ ମ୍ୟାଚ୍ ହେଉ କିମ୍ବା ହକି ଇଣ୍ଡିଆ ଲିଗ୍ ବେଳେ ବି ଅନ୍ଧାକାର ହୋଇଯାଇଥିଲା କଳିଙ୍ଗ ଷ୍ଟାଡିୟମ୍। କ୍ରୀଡ଼ା ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଛନ୍ତି। ହେଲେ ମ୍ୟାଚ ଅଧାରେ ବାରମ୍ବାର ଏଭଳି ଅବହେଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ରୀଡ଼ାପ୍ରେମୀ।
ମ୍ୟାଚ୍ ଆଗରୁ ଫ୍ଲଡ ଲାଇଟର ଯାଞ୍ଚ ହୋଇଥିଲା କି ? ହଠାତ ଫ୍ଲଡ୍ ଲାଇଟ୍ ଫ୍ୟୁଜ ହେବାର କାରଣ କଣ? ସମୟ ବ୍ୟବଧାନରେ ଫ୍ଲଡ ଲାଇଟର ମରାମତି ହେଉ ନାହିଁ କି? ଆଗକୁ ହକି ଓ୍ୱାଲର୍ଡ କପ୍ ଅଛି, ଦେଶ ବିଦେଶ ଖେଳାଳି ଓ ଦର୍ଶକ ଓଡ଼ିଶା ଆସିବେ। ୫ କୋଟି ୩୯ ଲକ୍ଷ ବ୍ୟୟରେ ଫ୍ଲଡ୍ ଲାଇଟ ଲଗାଇଯାଇଥିବା ବେଳେ ଅଧା ମ୍ୟାଚରେ ଘଟିଥିବା ଏଭଳି ଅଘଟଣକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
The post ଖେଳ ଅଧାରେ ଅନ୍ଧାର ହୋଇଗଲା କଳିଙ୍ଗ ଷ୍ଟାଡିୟମ appeared first on Odisha Reporter.
from Odisha Reporter https://ift.tt/pK2YeBz
No comments:
Post a Comment