ନୂଆଦିଲ୍ଲୀ: ରାଜଧାନୀରେ ଜାରି ରହିଛି ପ୍ରଦୂଷଣର ଏମରଜେନ୍ସି। ଗ୍ୟାସ ଚାମ୍ବର ପାଲଟିଛି ରାଜଧାନୀ ଦିଲ୍ଲୀ। ବଢ଼ୁଥିବା ପ୍ରଦୂଷଣ ସ୍ତରକୁ ଦେଖି ଆସନ୍ତାକାଲିଠୁ ସମସ୍ତ ପ୍ରାଇମେରୀ ସ୍ତରର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି। ଏଥିସହ ଦିଲ୍ଲୀରେ ଅଡ୍-ଇଭେନ୍ ଲାଗୁ କରିବା ପାଇଁ ଚିନ୍ତା କରାଯାଉଥିବା ନେଇ ମଧ୍ୟ କେଜ୍ରିୱାଲ କହିଛନ୍ତି।
ସମସ୍ତ ପ୍ରାଇମେରୀ ସ୍କୁଲ ବନ୍ଦ ହେବା ସହ ପଞ୍ଚ ଶ୍ରେଣୀଠାରୁ ସମସ୍ତ ଉପରୋକ୍ତ ଶ୍ରେଣୀର ପିଲାଙ୍କ ପାଇଁ ଆଉଟ୍ଡୋର୍ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଛି। ଏଥିସହ ଉତ୍ତର ଭାରତକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ କେନ୍ଦ୍ର ବିଶେଷ ପଦକ୍ଷେପ ନେବା ଆବଶ୍ୟକ, ଦୋଷ ଏବଂ ରାଜନୀତିର ସମୟ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି।
ଦିଲ୍ଲୀରେ ବାୟୁର ଗୁଣବତ୍ତା ଦିନକୁ ଦିନ ଅତ୍ୟନ୍ତ ଖାରପ ଶ୍ରେଣୀରେ ପହଞ୍ଚିଲାଣି। ଏଠାରେ ନିଶ୍ୱାସ ନେବା ବି ମୁସ୍କିଲ ହେଲାଣି। ଏହା ପୂରା ଉତ୍ତର ଭାରତର ସମସ୍ୟା। ଦିଲ୍ଲୀ, ଚରଖି, ଦାଦରୀ, ଜିନ୍ଦ, ମାନେସର, ଫରିଦାବାଦ ସବୁଠି ସ୍ଥିତି ଗମ୍ଭୀର ରହିଛି। ଏଥିପାଇଁ ଆମ ଆଦମୀ ପାର୍ଟି ଦାୟୀ ନୁହେଁ। ଏଥିପାଇଁ କେନ୍ଦ୍ର ସରକାର କିଛି ଉଚିତ ପଦକ୍ଷେପ ନେବା ଉଚିତ ବୋଲି କେଜ୍ରିୱାଲ କହିଛନ୍ତି।
ପଞ୍ଚାବରେ ଆମ୍ ଆଦମୀ ପାର୍ଟି ସରକାର ଅଛି। ଏଠାରେ ଜଳୁଥିବା ନଡା ପାଇଁ ଆମେ ଦାୟୀ। ତେବେ ଏହାକୁ ନେଇ ରାଜନୀତି କରିବା କିମ୍ବା ପରସ୍ପର ଉପରକୁ ଆଙ୍ଗୁଠି ଉଠାଇବା ଠିକ୍ ନୁହେଁ। ଏହାଦ୍ୱାରା ସମାଧାନର ବାଟ ବାହାରିବ ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।
The post ରାଜଧାନୀରେ ଆସନ୍ତାକାଲିଠୁ ସ୍କୁଲ ବନ୍ଦ appeared first on Odisha Reporter.
from Odisha Reporter https://ift.tt/wOQR3cs
No comments:
Post a Comment