ଓଲି ଦେଖାଇଲେ ନାଲି ଆଖି, କହିଲେ-ଇଞ୍ଚେ ବି ଜାଗା ଭାରତକୁ ଛାଡ଼ିବୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 4, 2022

ଓଲି ଦେଖାଇଲେ ନାଲି ଆଖି, କହିଲେ-ଇଞ୍ଚେ ବି ଜାଗା ଭାରତକୁ ଛାଡ଼ିବୁନି

କାଠମୁଣ୍ଡୁ: ପୁଣି ଥରେ ଭାରତକୁ ଟାର୍ଗେଟ କଲେ ନେପାଳର ପୂର୍ବ ପ୍ରଧାନମନ୍ତ୍ରୀ  କେ.ପି ଶର୍ମା ଓଲି। ଦେଖାଇଲେ ନାଲି ଆଖି । ନିର୍ବାଚନୀ ପ୍ରଚାର ବେଳେ କହିଲେ ଗାଦିକୁ ଫେରିଲେ ଭାରତ ଅଧିଗ୍ରହଣ କରିଥିବା କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରା ଦେଶକୁ ଫେରିବ । ଆମେ ଇଞ୍ଚେ ବି ଜାଗା ଭାରତକୁ ଛାଡ଼ିବୁ ନାହିଁ।

ପଶ୍ଚିମ ନେପାଳ ନିକଟବର୍ତ୍ତୀ ଭାରତ ସୀମାବର୍ତ୍ତୀ ଧାରଚୁଲା ଜିଲ୍ଲାରେ ନିଜ କମ୍ୟୁନିଷ୍ଟ ପାର୍ଟିର ପ୍ରଚାର କରୁଥିବା ବେଳେ ଅଲ୍ଲୀ କହିଲେ, ଆମେ  କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ଫେରାଇ ଆଣି ଦେଶରେ ମିଶାଇବୁ । ଆସନ୍ତା ୨୦ ତାରିଖରେ ହେବାକୁ ଥିବା ନିର୍ବାଚନରେ ଆମ ଦଳ ଫେରିଲେ ଉକ୍ତ ଅଞ୍ଚଳ ସବୁ ପୁଣି ଥରେ ଦେଶକୁ ଫେରିବ ।

ନେପାଳ କଂଗ୍ରେସ ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଓବା କହିଛନ୍ତି, କୁଟନୈତିକ ନୀତି ଆଧାରରେ କବଜା ହୋଇଥିବା ନେପାଳର ଅଞ୍ଚଳକୁ ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଛି। ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ । ରାଷ୍ଟ୍ରୀୟ ଅଖଣ୍ଡତାକୁ ନିର୍ବାଚନୀ ଏଜେଣ୍ଡାରେ ସାମିଲ ନ କରିବାକୁ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ବାବୁରାମ ଭଟ୍ଟାରାଇ  ମଧ୍ୟ ଓଲିଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଭାରତ ପକ୍ଷରୁ ଗତ ୨୦୨୦ ୮ ମେ’ରେ ଉତ୍ତରାଖଣ୍ଡର ଲିପୁଲେଖ ସହ ଧାରଚୁଲାର ସଂଯୋଗ କରିବା ନିମନ୍ତେ ସଡ଼କ ପଥ କାର୍ଯ୍ୟକ୍ଷମ ହେଲା। ଏହାପରେ ୨ ଦେଶ ମଧ୍ୟରେ ସମ୍ବନ୍ଧରେ ତିକ୍ତତା ଆସିଲା। ସେତେବେଳେ ଓଲି ନେପାଳ ପ୍ରଧାନମନ୍ତ୍ରୀ ଥିଲେ। ଏହି ରାସ୍ତା ନେପାଳକୁ ଛୁଇଁକରି ଯାଉଥିବାରୁ ନେପାଳ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା।

କିଛି ଦିନ ପରେ ନେପାଳ ପକ୍ଷରୁ ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରାକୁ ନିଜ ମାନଚିତ୍ରରେ ସ୍ଥାନ ଦିଆଗଲା। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲା। ଓଲି ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ପୁଣି ଥରେ ଭାରତ-ନେପାଳ ସମ୍ପର୍କରେ ସୁଧାର ଆସିଲା। ହେଲେ ଏବେ ପୁଣି ଥରେ ଓଲି ପୁରୁଣା ପ୍ରସଙ୍ଗକୁ ଉଠାଇ ୨ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ବିଗାଡ଼ିବାକୁ ଚେଷ୍ଟା କରିଛନ୍ତି।

The post ଓଲି ଦେଖାଇଲେ ନାଲି ଆଖି, କହିଲେ-ଇଞ୍ଚେ ବି ଜାଗା ଭାରତକୁ ଛାଡ଼ିବୁନି appeared first on Odisha Reporter.



from Odisha Reporter https://ift.tt/CzsiMR4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages