‘ମୋ ଝିଅ ପରି ଆଫତାବକୁ ବି ଖଣ୍ଡ ଖଣ୍ଡ କରାଯାଉ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 14, 2022

‘ମୋ ଝିଅ ପରି ଆଫତାବକୁ ବି ଖଣ୍ଡ ଖଣ୍ଡ କରାଯାଉ’

ନୂଆଦିଲ୍ଲୀ: ‘ମୋ ଝିଅ ଭଳି ଆଫତାବକୁ ବି ଖଣ୍ଡ ଖଣ୍ଡ କରାଯାଉ। ସମସ୍ତଙ୍କ ସାମ୍ନାରେ ତାକୁ ଫଶୀରେ ଝୁଲାଯାଉ। ଫାଶୀ ଠାରୁ ବି ଯଦି ଆଉ କିଛି କଠୋର ଦଣ୍ଡ ଥାଏ ତେବେ ସେହି ଦଣ୍ଡରେ ଦଣ୍ଡିତ କରାଯାଉ ଆଫତାବକୁ।’ ନୃସଂଶ ହତ୍ୟାକାଣ୍ଡର ଶିକାର ହୋଇଥିବା ଦିଳ୍ଲୀର ୨୬ ବର୍ଷୀୟ ଶ୍ରଦ୍ଧା ୱକରଙ୍କ ବାପା ଏଭଳି କହିଛନ୍ତି।

ଶ୍ରଦ୍ଧା ୱକରଙ୍କ ବାପା ବିକାଶ ୱକର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କୋର୍ଟଙ୍କୁ ଅପିଲ କରିଛନ୍ତି ଯେ, ଅଭିଯୁକ୍ତ ଆଫତାବ ଅମୀନ ପୁନାୱାଲାକୁ କଠୋରରୁ ଅତି କଠୋର ଦଣ୍ଡ ଦିଆଯାଉ। ତାଙ୍କ ଝିଅ ଯେପରି ଛଟପଟ ହୋଇ ପ୍ରାଣ ହରାଇଛି ସେହି କଷ୍ଟ ତାକୁ ମଧ୍ୟ ଦିଆଯାଉ।

ପୁଲିସ ଆଗରେ ଆଫତାବଙ୍କ ସ୍ୱୀକାରୋକ୍ତିକୁ ବିଶ୍ୱାସ କରୁନାହାନ୍ତି ଶ୍ରଦ୍ଧାଙ୍କ ବାପା। ସେ କହିଛନ୍ତି, ମୁମ୍ବାଇ ପୁଲିସ ଗତ ଏକ ମାସ ଧରି ଆଫତାବକୁ ପଚରାଉଚରା କରିଥିଲା। କିନ୍ତୁ ସେ ମୁହଁ ଖୋଲି ନଥିଲା। ଏବେ ଦିଲ୍ଲୀ ପୁଲିସ ଆଗରେ ଦିନକ ଭିତରେ କିଭଳି ସେ ତା’ର ସମସ୍ତ ଦୋଷ ସ୍ୱୀକାର କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ତାଙ୍କ ବାପା ଆହୁରି କହିଛନ୍ତି ଯେ ସେ ତାଙ୍କ ଝିଅ ସହ ‌ଶେଷଥର ପାଇଁ ୨୦୨୧ ମସିହାରେ କଥା ହୋଇଥିଲେ। ଆଫତାବକୁ ଭେଟିବା ପରେ ତାଙ୍କ ଝିଅ ପୂରା ବଦଳି ଯାଇଥିଲେ। ଶ୍ରଦ୍ଧା କେବଳ ନିଜ ମା’ ସହ ବେଳେ ବେଳେ କଥା ହେଉଥିଲେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମୁମ୍ବାଇରେ ରହୁଥିବା ଶ୍ରଦ୍ଧା ୱକରଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିବା ମାମଲାରେ ପୁଲିସ ଗତକାଲି ଲିଭ୍‌-ଇନ୍ ପାର୍ଟନର ଆଫତାବ ଅମୀନ ପୁନାୱାଲାଙ୍କୁ ଗିରଫ କରିଥିଲା। ଆଫତାବ ଓ ଶ୍ରଦ୍ଧା ଲିଭ୍‌ଇନ୍‌ରେ ରହୁଥିଲେ। କିନ୍ତୁ କୌଣସି କାରଣରୁ ଝଗଡା ପରେ ଆଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ୩୫ ଖଣ୍ଡରେ କାଟି ଦେଇଥିଲା। ହତ୍ୟା କରି ଶ୍ରଦ୍ଧାର ଖଣ୍ଡ ବିଖଣ୍ଡିତ ମୃତଶରୀରକୁ ସେ ଫ୍ରିଜରେ ରଖିଥିଲା। ପରେ ୧୮ ଦିନ ଧରି ଏହାକୁ ମେହରୁଲି ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ପୋତି ଥିଲା। ୬ ମାସ ପୂର୍ବେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା ଆଫତାବ।

୨୬ ବର୍ଷୀୟ ଶ୍ରଦ୍ଧା ମୁମ୍ବାଇର ଏକ ବହୁରାଷ୍ଟ୍ରୀୟ କମ୍ପାନୀ ପାଇଁ କଲ୍ ସେଣ୍ଟରରେ କାମ କରୁଥିଲେ। ଯେଉଁଠି ସେ ଅଫତାବଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ଡେଟିଂ ହୋଇ ପ୍ରେମ ହୋଇଥିଲା। ଉଭୟେ ଏକାଠି ରହୁଥିଲେ। କିନ୍ତୁ ଏହ ପ୍ରେମ ସମ୍ପର୍କକକୁ ଶ୍ରଦ୍ଧାଙ୍କ ପରିବାର ସ୍ୱିକୃତୀ ଦେଇ ନଥିଲେ। ପରେ ଦୁହେଁ ଦିଲ୍ଲୀ ପଳାଇ ଆସିଥିଲେ। ଦିଲ୍ଲୀ ମେହରୁଲିର ଏକ ଫ୍ଲାଟରେ ସେମାନେ ରହିବାକୁ ଲାଗିଥିଲେ।

The post ‘ମୋ ଝିଅ ପରି ଆଫତାବକୁ ବି ଖଣ୍ଡ ଖଣ୍ଡ କରାଯାଉ’ appeared first on Odisha Reporter.



from Odisha Reporter https://ift.tt/1tdDIGy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages