ତୃତୀୟ ରାଉଣ୍ଡ ଗଣତି ଶେଷ: ବଢ଼ି ଚାଲିଛି ବ୍ୟବଧାନ, ଆଗରେ ଚାଲିଛନ୍ତି ସୂର୍ଯ୍ୟବଂଶୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 5, 2022

ତୃତୀୟ ରାଉଣ୍ଡ ଗଣତି ଶେଷ: ବଢ଼ି ଚାଲିଛି ବ୍ୟବଧାନ, ଆଗରେ ଚାଲିଛନ୍ତି ସୂର୍ଯ୍ୟବଂଶୀ

ଧାମନଗର (ଓଡ଼ିଶା ରିପୋର୍ଟର): ପ୍ରଥମ ରାଉଣ୍ଡରେ ୭୭୯। ଦ୍ୱିତୀୟ ରାଉଣ୍ଡରେ ୧୩୭୯। ଆଉ ତୃତୀୟ ରାଉଣ୍ଡରେ ୨୦୩୩। ଧାମନଗର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଥିବା ବେଳେ ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କ ଠାରୁ ଏହି ଭଳି ବ୍ୟବଧାନ ରଖି ଆଗେଇ ଚାଲିଛନ୍ତି ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ।

ମୋଟ ୧୮ଟି ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ୩ଟି ରାଉଣ୍ଡ ଗଣତି ଶେଷ ହୋଇଛି। ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୧୨,୮୯୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡିର ଅବନ୍ତୀ ଦାସ ୧୦,୮୫୦ ଖଣ୍ଡ ଭୋଟ୍ ପାଇଛନ୍ତି।

ସେହିପରି ବିଜେଡିରୁ ଟିକେଟ୍ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ୧୦୯୨ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୪୨୭ ଖଣ୍ଡ ଭୋଟ୍ ପାଇଛନ୍ତି।

ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ସୂରଜ ସୂର୍ଯ୍ୟବଂଶୀ ୮୭୩୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ଅବନ୍ତୀ ଦାସ ୭୩୫୮ ଖଣ୍ଡ ଭୋଟ୍ ପାଇଥିଲେ। ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୫୯୭ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୩୦୦ ଖଣ୍ଡ ଭୋଟ୍ ପାଇଥିଲେ।

The post ତୃତୀୟ ରାଉଣ୍ଡ ଗଣତି ଶେଷ: ବଢ଼ି ଚାଲିଛି ବ୍ୟବଧାନ, ଆଗରେ ଚାଲିଛନ୍ତି ସୂର୍ଯ୍ୟବଂଶୀ appeared first on Odisha Reporter.



from Odisha Reporter https://ift.tt/g2zNGTJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages