ବରଗଡ଼(ଓଡ଼ିଶା ରିପୋର୍ଟର): ଆଜି ହାଇଭୋଲଟେଜ୍ କ୍ୟାମ୍ପେନରେ କମ୍ପିବ ପଦ୍ମପୁର ଉପନିର୍ବାଚନ। ପ୍ରଚାର ପାଇଁ ଆଜି ପଦ୍ମପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାଇକମାଳ ଓ ଝାରବନ୍ଧରେ ଜନସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ। ଯାହାକୁ ନେଇ ବିଜେଡି କ୍ୟାମ୍ପରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।
ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ରାତିରେ କ୍ୟାବିନେଟ ବସାଇ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମଂଜୁରୀ ଦିଅନ୍ତୁ। ପଦ୍ମପୁରକୁ ଜିଲ୍ଲା ଗଠନର ବିଜ୍ଞପ୍ତି ଚିଠା ଧରି ଆସନ୍ତୁ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖି ବିଜେଡି ସାଂସଦ ସସ୍ମିତ ପାତ୍ର ଟ୍ୱିଟ୍ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ପଦ୍ମପୁର ବାସୀଙ୍କ ବିଶ୍ୱାସ ରହିଛି। ତେଣୁ ପଦ୍ମପୁର ଜିଲ୍ଲା ଗଠନ ନେଇ ରାତି ଅଧିଆ କ୍ୟାବିନେଟର କୌଣସି ଆବଶ୍ୟକତା ନାହିଁ ।
ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଆଜି ପଦ୍ମପୁର ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ପଦ୍ମପୁର ନିର୍ବାଚନ ମଣ୍ଡଳିର ବିଭିନ୍ନ ଅଞ୍ଚଳରେ ଅପରାଜିତା ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।
୨୦୦୧ରେ ବରଗଡ଼ ତତ୍କାଳୀନ ଜିଲ୍ଲାପାଳ ଥିଲେ ଅପରାଜିତା। ତେଣୁ ତାଙ୍କର ଏହି ପ୍ରଚାର ଦଳ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି। ପ୍ରଚାର ପାଇଁ ଗତକାଲି ରେଳ ଯୋଗେ ପଦ୍ମପୁର ଗସ୍ତରେ ଯାଇଥିଲେ ଅପରାଜିତା।
The post ପଦ୍ମପୁରରେ ଆଜି ହାଇ ଭୋଲଟେଜ୍ ପ୍ରଚାର, ମଇଦନାକୁ ଓହ୍ଲାଇବେ ନବୀନ ଓ ଅପରାଜିତା appeared first on Odisha Reporter.
from Odisha Reporter https://ift.tt/Th8P5lk
No comments:
Post a Comment