ଯୋଧପୁର: ଫିକା ପଡ଼ିଲା ବିବାହ ଉତ୍ସବ। ହସଖୁସିର ମାହୋଲରେ ଲାଗି ଗଲା ନିଆଁ। ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ ଘଟି ଚାଲିଗଲା ୫ ଜୀବନ। ଗୁରୁବାର ଅପରାହ୍ନରେ ରାଜସ୍ଥାନର ଯୋଧପୁରରେ ଏମିତି ଏକ ଅଭାବନୀୟ ଘଟାଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣ ପିଲାଙ୍କ ସମେତ ୬୦ଜଣ ଆହତ ହୋଇଥିବା ସୂଚନା ମିଳିଛି।
ଯୋଧପୁରଠାରୁ ପ୍ରାୟ ୬୦ କିଲୋମିଟର୍ ଦୂର ଶେରଗଡ଼ର ଭୁଙ୍ଗରା ଗାଁରେ ଘଟିଛି। ମଳିଥିବା ସୂଚନା ଅନୁଯାୟୀ ଗାଁରେ ତଖ୍ତ୍ ସିଂହଙ୍କ ଘରେ ବିବାହ ଉତ୍ସବ ଆୟୋଜନ କରାଯାଇଥିଲା। ଘରୁ ବର ଶୋଭାଯାତ୍ରା ବାହାରିବା ସମୟରେ ହଠାତ୍ ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ ଘଟିଥିଲା। ସେହି ସମୟରେ ଘଟଣାସ୍ଥଳରେ ବହୁସଂଖ୍ୟକ ବରଯାତ୍ରୀ ଉପସ୍ଥିତ ଥିଲେ। ସେମାନଙ୍କ ଖାଦ୍ୟପେୟ ନିମନ୍ତେ ରୋଷେଇବାସ ଚାଲିଥିଲା। ୫ଟି ସିଲିଣ୍ଡର୍ ଫାଟିବାରୁ ହୁତୁ ହୁତୁ ହୋଇ ନିଆଁ ଜଳି ଉଠିଥିଲା। ଖାଇ ବସିଥିବା ଅନେକ ଲୋକ ପୋଡ଼ି ଆହତ ହୋଇଥିଲେ। ଉପସ୍ଥିତ ଲୋକେ ବି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ପରେ ଅଗ୍ନିଶମବାହିନୀ ଆସି ନିଆଁ ଲିଭାଇ ଥିଲେ। ଜିଲ୍ଲାପାଳ ହିମାଂଶୁ ଗୁପ୍ତା କହିଛନ୍ତି ଯେ, ୬୦ଜଣ ଆହତଙ୍କ ମଧ୍ୟରୁ ୪୨ଜଣଙ୍କୁ ଯୋଧପୁରସ୍ଥିତ ମହାତ୍ମା ଗାନ୍ଧୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବାକି ୧୭ଜଣଙ୍କର ଚିକିତ୍ସା କରାଯାଇ ଛାଡ଼ି ଦିଆଯାଇଛି।
The post ବିବାହ ଉତ୍ସବରେ ବିସ୍ଫୋରଣ, ଚାଲିଗଲା ୫ ଜୀବନ appeared first on Odisha Reporter.
from Odisha Reporter https://ift.tt/N1Cdynp
No comments:
Post a Comment