ବାତ୍ୟା ମାଣ୍ଡୋସ: ତାମିଲନାଡ଼ୁରେ ସ୍କୁଲ, କଲେଜ ଛୁଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 7, 2022

ବାତ୍ୟା ମାଣ୍ଡୋସ: ତାମିଲନାଡ଼ୁରେ ସ୍କୁଲ, କଲେଜ ଛୁଟି

ଚେନ୍ନାଇ: ମାଡ଼ି ଆସୁଛି ବାତ୍ୟା। ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି  ଘନିଭୂତ ହୋଇ ବାତ୍ୟା ରୂପ ନେଇ ସାରିଛି।  ଏହି  ବାତ୍ୟାର ନାମ ମାଣ୍ଡୋସ ରଖାଯାଇଛି। ବର୍ତ୍ତମାନ ବାତ୍ୟାଟି  ଦକ୍ଷିଣ ପୂବର୍ବ ତାମିଲନାଡ଼ୁର ଚେନ୍ନାଇଠାରୁ ଦକ୍ଷିଣ-ପୂର୍ବ ୬୨୦ କିମି ଦୂରରେ କେନ୍ଦ୍ରିତ ଅଛି। ତାମିଲନାଡ଼ୁର ୧୨୩ଟି ଜିଲ୍ଲା ପାଇଁ ହାଇଆଲର୍ଟ ଜାରି କରାଯାଇଛି।  ପ୍ରଭାବିତ ଅଞ୍ଚଳରେ ୬ଟି ଏନଡିଆରଫଏ ଟିମ୍‌କୁ ମୁତୟନ କରାଯାଇଛି। ବାତ୍ୟା ପାଇଁ ଥିରଭୁର ଏବଂ ତାଞ୍ଜଭୁର  ଜିଲ୍ଲାରେ ସ୍କୁଲ କଲେଜ ଛୁଟି ଗୋଷଣା କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ ଟ୍ୱିଟ୍‌ ଅନୁଯାୟୀ ଦକ୍ଷିଣପଶ୍ଚିମ ଏବଂ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଅବପାତ  ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ମ୍ୟାଣ୍ଡସ୍’ରେ ପରିଣତ ହୋଇଛି। ତେଣୁ, ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳ ପ୍ରତି ବାତ୍ୟା ସତର୍କତ ଜାରି କରାଯାଇଛି।

ବାତ୍ୟା ପ୍ରଭାବରେ ଥିରୁଭାଲୁର, ଚେନ୍ନାଇ, ଚେଙ୍ଗଲପାଟ୍ଟୁ, କାଞ୍ଚିପୁରମ୍ ଭିଲୁପୁରମ୍, କୁଡାଲୋର, ମାୟିଲାଡୁଥୁରାଇ, ନାଗାପଟ୍ଟିନମ୍, ଥାନଜାଭୁର, ପେରାମବାଲୁର, ଆରିୟାଲୁର, ପୁଦୁକୁଟୁରାଇମ୍ ଏବଂ ପୁମୁକୁତଟୁରାଇମ୍  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ତିନିଦିନ ଭିତରେ ଆନ୍ଧ୍ରପ୍ରଦେଶ ଦକ୍ଷିଣ ଉପକୂଳର କେତୋକାଂଶ, ତାମିଲନାଡ଼ୁ ଓ ପୁଡ଼ୁଚେରୀରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

The post ବାତ୍ୟା ମାଣ୍ଡୋସ: ତାମିଲନାଡ଼ୁରେ ସ୍କୁଲ, କଲେଜ ଛୁଟି appeared first on Odisha Reporter.



from Odisha Reporter https://ift.tt/vEY5ORn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages