ଥଣ୍ଡାର ଥାର୍ଡ ଡିଗ୍ରୀ, ବିଭିନ୍ନ ସ୍ଥାନରେ ସ୍କୁଲ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 26, 2022

ଥଣ୍ଡାର ଥାର୍ଡ ଡିଗ୍ରୀ, ବିଭିନ୍ନ ସ୍ଥାନରେ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଥଣ୍ଡାରେ ଥରୁଛି ପୂରା ଉତ୍ତର ଭାରତ। ରାଜଧାନୀ ଦିଲ୍ଲୀରେ ଶୀତ ସାଙ୍ଗକୁ ଘନ କୁହୁଡିର ଆଟାକ ଜାରି ରହିଛି। ଆଜି ପୂରା କୁହୁଡି କବଳରେ ରହିଛି ଦିଲ୍ଲୀ ଏନ୍‌ସିଆର। ଘନ କୁହୁଡି ଯୋଗୁଁ ରାସ୍ତାଘାଟ ଭଲଭାବେ ଦୃଶ୍ୟମାନ ହେଉନାହିଁ । ଫଳରେ ଗାଡିଗୁଡିକର ଗତି ଧିମା ହୋଇଯାଇଛି। ଆସନ୍ତା ୨ ଦିନ ଯାଏ ଶୀତଲହରି ଓ ଥଣ୍ଡାରୁ ତ୍ରାହି ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି।

ପାଣିପାଗ ବିଭାଗ ମୁତାବକ, ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଆସନ୍ତା ଦୁଇ ଦିନ ଯାଏଁ ଥଣ୍ଡାର ଥାର୍ଡ ଡିଗ୍ରୀ ଜାରି ରହିବ। ଦିଲ୍ଲୀରେ ତାପମାତ୍ରା ୫ ଡିଗ୍ରୀକୁ ଖସିଆସିଛି। ଫଳରେ ପ୍ରବଳ ଶୀତରେ ଥରୁଛି ପୂରା ରାଜଧାନୀ। ସେପଟେ ପ୍ରବଳ ଥଣ୍ଡା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଅନେକ ସ୍ଥାନରେ କୁହୁଡି ଯୋଗୁ ଦୁର୍ଘଟଣା ମଧ୍ୟ ଘଟୁଛି। ବିଶେଷ ସ୍କୁଲ ଯାଉଥିବା ପିଲାମାନେ ହଇରାଣ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ୭ଟି ଜିଲ୍ଲାରେ ସ୍କୁଲ ବନ୍ଦ କରାଯାଇଛି।

ଉତ୍ତରପ୍ରଦେଶ, ମେରଟ, ବରେଲି ଅଲିଗଡ ସମତେ ୭ ଜିଲ୍ଲାରେ ଆସନ୍ତା ଜାନୁଆରୀ ୧ ତାରିଖ ଯାଏଁ ସ୍କୁଲ ବନ୍ଧ ରଖିବାକୁ ଜିଲ୍ଲାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମରୁ ୮ମ ଶ୍ରେଣୀ ବନ୍ଦ ରଖିବାକୁ କୁହାଯାଇଛି। ସେହିପରି ୯ମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲାଙ୍କ କ୍ଲାସ ୧୦ଟାରୁ ୩ ଯାଏଁ ରଖାଯାଇଛି।

The post ଥଣ୍ଡାର ଥାର୍ଡ ଡିଗ୍ରୀ, ବିଭିନ୍ନ ସ୍ଥାନରେ ସ୍କୁଲ ବନ୍ଦ appeared first on Odisha Reporter.



from Odisha Reporter https://ift.tt/fPOAuCw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages