ଭାରତରୁ ଚିହ୍ନଟ ହେଲା ଓମିକ୍ରନର ଆଉ ଏକ ମାରାତ୍ମକ ଭାରିଏଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 30, 2022

ଭାରତରୁ ଚିହ୍ନଟ ହେଲା ଓମିକ୍ରନର ଆଉ ଏକ ମାରାତ୍ମକ ଭାରିଏଣ୍ଟ

ଅହମଦାବାଦ: ମହାମାରୀ କରୋନା ଭାରତର ପିଛା ଛାଡ଼ୁନି। ଗୋଟିଏ ପଟେ ସଂକ୍ରମଣ ବଢ଼ୁଥିବା ବେଳେ ଏବେ ଦେଶରୁ ଠାବ ହୋଇଛି ଓମିକ୍ରନର ନୂଆ ଭାରିଏଣ୍ଟ XBB1.5। ଚଳିତ ମାସରେ ଗୁଜରାଟରେ କରୋନାରେ ସଂକ୍ରମିତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ XBB1.5 ଭାରିଏଣ୍ଟ ଠାବ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।

XBB1.5 ହେଉଛି ଓମିକ୍ରନର ଗୋଟିଏ ସବ ଭାରିଏଣ୍ଟ। ଏହି ଭାରିଏଣ୍ଟ ଯୋଗୁ ନ୍ୟୁୟର୍କରେ କରୋନା ସଂକ୍ରମଣ ବଢ଼ିଥିଲା ଓ ଅଧିକାଂଶ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। XBB ନିଜେ ହେଉଛି ଓମିକ୍ରନର ଦୁଇ ଭିନ୍ନ ବିଏ.୨ ସବ ଭାରିଏଣ୍ଟର ମିଳିତ ରୂପ। ଏହାର ଅର୍ଥ XBB ମ୍ୟୁଟେସନ ହୋଇ XBB1.5 ସବ ଭାରିଏଣ୍ଟରେ ପରିଣତ ହୋଇଛି। ଏହି XBB1.5 ଭାରିଏଣ୍ଟ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରିବାର କ୍ଷମତା ରଖିଛି।

ଗୁଜରାଟରୁ XBB1.5 ଭାରିଏଣ୍ଟ ଦ୍ୱାରା ସଂକ୍ରମିତ କରୋନା ରୋଗୀ ଠାବ ହୋଇଥିବା ବେଳେ ମହାରାଷ୍ଟ୍ରରେ ଅଧିକ ସତର୍କତା ପ୍ରକାଶ ପାଇଛି। କାରଣ ପୂର୍ବରୁ ମହାରାଷ୍ଟ୍ରରେ XBB ଭାରିଏଣ୍ଟରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲେ। ତେଣୁ ଏହାର ସବ ଭାରିଏଣ୍ଟ XBB1.5 ଯେମିତି ରାଜ୍ୟରେ କାୟା ବିସ୍ତାର ନ କରିପାରିବ, ସେନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ମହାରାଷ୍ଟ୍ରର କରୋନା ସର୍ଭେଲାନ୍ସ ଅଫିସର ଡାକ୍ତର ପ୍ରଦୀପ ଆୱତେ କହିଛନ୍ତି, ଆମେ ଭାଇରସର ଜେନେଟିକ ଗତିବିଧି ଉପରେ ନଜର ରଖିଛୁ। ରାଜ୍ୟରେ ୧୦୦% ଜେନୋମ ସିକ୍ୱେନ୍ସିଂ କରାଯାଉଛି। ଏଥିସହ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ସହ ନିୟମ ଅନୁସାରେ ୨% ଲୋକଙ୍କ କରୋନା ଟେଷ୍ଟ ହେଉଛି।

ଯେଉଁମାନଙ୍କ ରିପୋର୍ଟ ପଜିଟିଭ ଆସୁଛି, ସେମାନଙ୍କ ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଉଛି। ରାଜ୍ୟରେ ପୂର୍ବରୁ ୨୭୫ରୁ ଅଧିକ ଲୋକ XBB ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ରେକର୍ଡ କରାଯାଇ ସାରିଛି। ହେଲେ XBB1.5 ସମ୍ପର୍କରେ କୌଣସି ସୂଚନା ମିଳିନି। ଏହି ସବ ଭାରିଏଣ୍ଟ ଯେମିତି ଅଧିକ ସଂକ୍ରମଣ ସୃଷ୍ଟି ନ କରିବ, ତା’ ଉପରେ ନଜର ରଖାଯାଇଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ପୂର୍ବରୁ ଆମେରିକାରେ କରୋନାର BQ.1 ଓ BQ.1.1 ସବ ଭାରିଏଣ୍ଟ ଦ୍ୱାରା ଅଧିକାଂଶ ଲୋକ ସଂକ୍ରମିତ ହେଉଥିଲେ। ଏବେ କିନ୍ତୁ ନ୍ୟୁୟର୍କରେ ଅଧିକାଂଶ ଲୋକ XBB1.5 ଭାରିଏଣ୍ଟ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି।

The post ଭାରତରୁ ଚିହ୍ନଟ ହେଲା ଓମିକ୍ରନର ଆଉ ଏକ ମାରାତ୍ମକ ଭାରିଏଣ୍ଟ appeared first on Odisha Reporter.



from Odisha Reporter https://ift.tt/qQRrnWo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages