ନୂଆଦିଲ୍ଲୀ: ଆଉ କିଛି କ୍ଷଣ ପରେ ଆରମ୍ଭ ହୋଇଯିବ ଭୋଟ୍ ଗଣତି। ଭୋଟ୍ ବାକ୍ସରେ ସିଲ ଥିବା ନେତାଙ୍କ ଭାଗ୍ୟ ଖୋଲିବ । ମହାନଗର ନିଗମର ଦାୟିତ୍ୱ କେଉଁ ଦଳ ହାତକୁ ଯିବ ତାହା ଦିଲ୍ଲୀବାସୀ ବାଛିବେ। ଦିଲ୍ଲୀ ମହାନଗର ନିଗମର ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଏଥିପାଇଁ ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ୨୫୦ଟି ୱାର୍ଡ ପାଇଁ ୪୨ଟି ଗଣନାକେନ୍ଦ୍ରରେ ଭୋଟ୍ ଗଣତି ଆରମ୍ଭ ହେବ । ଏମସିଡି ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ୧୩୪୯ଜଣ ଭାଗ୍ୟ ନିର୍ଦ୍ଧାରଣ ହେବ । ଭୋଟ୍ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗତ ୪ ତାରିଖରେରେ ଦିଲ୍ଲୀ ମହାନଗର ନିଗମର ୨୫୦ ୱାର୍ଡ ପାଇଁ ନିର୍ବାଚନ ହୋଇଥିଲା ।
ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ହୋଇଛି । ବିଜେପି ନିଜର ଗଡ଼ ବଞ୍ଚାଇକୁ ଜୋରଦାର ଉଦ୍ୟମ କରିଥିଲା । ୨୦୧୭ରେ ବିଜେପି ସମୁଦାୟ ୨୭୦ ୱାର୍ଡରୁ ୧୮୧ ୱାର୍ଡର ବିଜୟ ଲାଭ କରିଥିଲା। ଆପ୍ ୪୮ଟି ଓ କଂଗ୍ରେସକୁ ମାତ୍ର ୨୭ ୱାର୍ଡର ବିଜୟ ମିଳିଥିଲା । ସେପଟେ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ନେଇ ଏକଜିଟ୍ ପୋଲ୍ ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମ ‘ଆଜତକ୍’ ଓ ‘ଟାଇମ୍ସ ନାଓ’ ପକ୍ଷରୁ ସଂଗ୍ରହ କରାଯାଇଥିବା ଏକଜିଟ୍ ପୋଲ୍ ଅନୁଯାୟୀ, ଆମ୍ ଆଦମୀ ପାର୍ଟି ଦିଲ୍ଲୀ ମହାନଗର ନିଗମରେ ଏକ ବଡ ବିଜୟ ଦିଗକୁ ଯାଉଛି।
ଯଦି ଏକଜିଟ୍ ପୋଲ୍ ଫଳାଫଳକୁ ବିଶ୍ବାସ କରାଯାଏ ତେବେ ଦିଲ୍ଲୀର ନଗର ପରିଚାଳନା ଏକ ପ୍ରକାର ଆପ୍ ହାତକୁ ଯିବା ନିଶ୍ଚିତ ହୋଇଛି।ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ପୂର୍ବରୁ ଆଜତକ୍ର ଏକଜିଟ୍ ପୋଲ୍ ଅନୁଯାୟୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ବଡ଼ ବିଜୟ ହାସଲ କରିବ। ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ ୨୫୦ରୁ ୧୪୯ରୁ ୧୭୧ ୱାର୍ଡ ଜିତିବାକୁ ନେଇ ଆକଳନ କରାଯାଇଛି। ଟାଇମ୍ସ ନାଓର ଏକଜିଟ୍ ପୋଲରେ ଆପ୍ ୧୪୬ରୁ ୧୫୬ଟି ସିଟ୍ ପାଇବାକୁ ଯାଉଥିବା କୁହାଯାଇଛି। ଆଜତକ୍ର ଏକଜିଟ୍ ପୋଲ୍ ବିଜେପି ୬୯ରୁ ୯୧ ୱାର୍ଡରେ ଜିତିବ ବୋଲି ପୂର୍ବାନୁମାନ କରିଥିବା ବେଳେ ଟାଇମ୍ ନାଓ ୮୪ ରୁ ୯୪ ୱାର୍ଡରେ ଦଳ ଜିତିବ ବୋଲି ପୂର୍ବାନୁମାନ କରିଛି।
The post ଦିଲ୍ଲୀ ମହାନଗର ନିଗମର ନିର୍ବାଚନ ଫଳାଫଳ ଆଜି, ଗଣତି ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/phLk7GR
No comments:
Post a Comment