ଲକ୍ଷ୍ନୌ: ଭୟଙ୍କର ସଡକ ଦୁର୍ଘଟଣା। ମୁହାଁମୁହିଁ ଧକ୍କା ହେଲା ଦୁଇ ବସ୍। ଘଟଣାସ୍ଥଳରେ ଆଖିବୁଜିଲେ ୩ ଜଣ ଯାତ୍ରୀ। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ନଏଡାର ଗ୍ରେଟର ନଏଡା ଏକ୍ସପ୍ରେସୱେଠାରେ।
ପୁଲିସ ସୂଚନା ମୁତାବକ, ନଏଡା ଏକ୍ସପ୍ରେସୱେର ନଲେଜ ପାର୍କ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁଇ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ପୁଲିସ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି। ଉଭୟ ବସ୍ ଭିତରେ କେତେ ଜଣ ଯାତ୍ରୀ ଥିଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।
Uttar Pradesh | Three people died in a collision between two buses on Greater Noida Expressway under Knowledge Park. Police personnel are present at the spot: Greater Noida Police
— ANI UP/Uttarakhand (@ANINewsUP) December 18, 2022
ନିକଟରେ ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ମଧ୍ୟ ଦୁର୍ଘଟଣା ଘଟିଥିଲା। ଲୁଧିଆନାରୁ ରାଏବରେଲି ଯାଉଥିବା ଏକ ବସ୍ ଓ ଡିସିଏମ୍ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଥିଲେ। ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା ସେହି ସମୟରେ ବସ୍ରେ ୪୦ରୁ ୫୦ ଯାତ୍ରୀ ଉପସ୍ଥିତ ଥିଲେ।
The post ଦୁଇ ବସ୍ ମଧ୍ୟରେ ଧକ୍କା, ୩ ମୃତ, ୨୦ ଆହତ appeared first on Odisha Reporter.
from Odisha Reporter https://ift.tt/Js3dE8Q
No comments:
Post a Comment