ନୂଆଦିଲ୍ଲୀ: ଚୀନ୍ରେ କରୋନାର ବିସ୍ଫୋରଣକୁ ଦେଖି ସତର୍କ ହୋଇପଡିଛନ୍ତି ଭାରତ ସରକାର। ଟିକାର ବୁଷ୍ଟର ଡୋଜ୍ ନେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏପରିକି ନାଜାଲ୍ ଭ୍ୟାକସିନ୍କୁ ମିଳିସାରିଛି ଅନୁମତି। ଏବେ ଏହି ଭ୍ୟାକ୍ସିନ୍ର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ସରକାର।
ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକ୍ସିନ୍ ଇନ୍କୋଭାକ୍କୁ ଅନୁମତି ମିଳିବା ପରେ ଏହାର ଦରକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଜିଏସ୍ଟିକୁ ମିଶାଇ ଟିକାର ପ୍ରକୃତ ମୂଲ୍ୟ କେତେ ରହିବ ସେ ନେଇ ଟିକା ପ୍ରସ୍ତୁତକାରୀ କମ୍ପାନୀ ସହ ଆଲୋଚନା କରିଥିଲେ ସରକାର। ନାଜାଲ ଭ୍ୟାକସିନ୍କୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରିବାକୁ ନିକଟରେ ଅନୁମତି ମିଳିବା ପରେ ଖୁବଶୀଘ୍ର ଦର ନିର୍ଦ୍ଧାରଣ ହେବ ବୋଲି ସୂଚନା ମିଳିଥିଲା। ଆଜି ସରକାର ଏହାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି।
ଇନକୋଭାକ୍ ନାଜାଲ ଭ୍ୟାକସିନ୍ର ମୂଲ୍ୟ ୮୦୦ ଟଙ୍କା ରଖାଯାଇଛି। ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ। ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି। କୋୱିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍ସିନ୍ ଉପଲବ୍ଧ ହେବ। ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ।
ବୁଷ୍ଟର ଡୋଜ୍ ପାଇଁ ଏହାର ମାତ୍ର ୨ ବୁନ୍ଦା ନାକରେ ପକାଯିବ। ଆଇଏମଏ ସେକ୍ରେଟାରୀ ଅନିଲ ଗୋୟଲଙ୍କ କହିବା ମୁତାବକ, ଏହି ନାଜାଲ ଭ୍ୟାକ୍ସିନ୍ ଅନ୍ୟ ଭ୍ୟାକ୍ସିନ ଭଳି ପ୍ରଭାବୀ। ଏହାକୁ ସହଜରେ ଲୋକେ ଗ୍ରହଣ କରିପାରିବେ।
The post ନାଜାଲ୍ ଭ୍ୟାକସିନ୍ ‘ଇନ୍କୋଭାକ୍’: ଜାଣନ୍ତୁ କେତେ ଟଙ୍କାରେ ମିଳିବ ଟିକା appeared first on Odisha Reporter.
from Odisha Reporter https://ift.tt/jaw79WB
No comments:
Post a Comment