ଜାକର୍ତ୍ତା: ପୁଣି ଥରିଲା ଇଣ୍ଡୋନେସିଆ। ରାଜଧାନୀ ଜାକର୍ତ୍ତା ଓ ଆଇଲ୍ୟାଣ୍ଡ ଜାଭାରେ ପୁଣିଥରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ୧୭ ଦିନ ମଧ୍ୟରେ, ଗୁରୁବାର ତୃତୀୟ ଥର ପାଇଁ ଭୂକମ୍ପରେ ଦୋହଲିଛି ଦେଶ। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ସୂଚନା ମୁତାବକ, ଗୁରୁବାର ସକଳେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିବା। ରିକ୍ଟର ସ୍କେଳରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଥିଲା। ଯାହା ଗତ ନଭେମ୍ବର ମାସଆସିଥିବା ଭୂମିକମ୍ପ ଠାରୁ ଅଧିକ। ତେବେ ଏଯାଏଁ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଜନଜୀନ ନଷ୍ଟ ହୋଇନାହିଁ।
୫.୮ ତୀବ୍ରତା ଥିବା ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ ପଶ୍ଚିମ ଜାଭା ପ୍ରଦେଶର ସିରାନଜାଙ୍ଗ ପର୍ବତରର ୧୪ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ୧୨୩.୭ କିଲୋମିଟର ଗଭୀରରେ ଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।
ପଶ୍ଚିମ ଜାଭା ହେଉଛି ସେହି ପ୍ରଦେଶ ଯେଉଁଠାରେ ନଭେମ୍ବର ୨୧ ରେ ସିଆନଜୁର ସହରରେ ୫.୬ ତୀବ୍ରତାର ଏକ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଏଥିରେ ଅତିକମ୍ରେ ୩୩୪ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ପ୍ରାୟ ୬୦୦ ଲୋକ ଆହତ ହୋଇଥିଲେ।
ଡିସେମ୍ବର ୩ ତାରିଖରେ ଇଣ୍ଡୋନେସିଆର ମେନ୍ ଦ୍ୱୀପ ଜାଭା ଅଞ୍ଚଳରେ ଭୂମିକମ୍ପର ତୀବ୍ର ଅନୁଭୂତ ହୋଇଥିଲା, ଯାହା ଫଳରେ ଆତଙ୍କ ଖେଳିଯାଇଥିଲା ଏବଂ ଲୋକମାନେ ସେମାନଙ୍କ ଘରୁ ବାହାରି ରାସ୍ତା ଆଡ଼କୁ ଦୌଡ଼ିଲେ। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ଥିବା ରେକର୍ଡ କରାଯାଇଥିଲା। ଭୂକମ୍ପ ଯୋଗୁଁ କିଛି ଅଞ୍ଚଳରେ ସାମାନ୍ୟ କ୍ଷତି ଘଟିଥିଲା।
The post ପୁଣି ଥରିଲା ଇଣ୍ଡୋନେସିଆ, ୧୭ ଦିନରେ ତୃତୀୟ ଭୂକମ୍ପ appeared first on Odisha Reporter.
from Odisha Reporter https://ift.tt/ReIkESX
No comments:
Post a Comment