ପାରାଦୀପ(ରମାକାନ୍ତ ନାୟକ): ବାଂଲାଦେଶ ଚଟ୍ଟୋଗ୍ରାମରୁ ଆସି ପାରାଦୀପରେ ଲାଗିଥିବା ଜାହାଜ ଏମଭି ଅଲ୍ ଦନାହର ଚିଫ୍ ଇଂଜିନିୟର ତଥା ଋଷୀୟ ନାଗରିକ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତ୍ୟୁକୁ ନେଇ ହଟୁନି ସସ୍ପେନ୍ସ। ମୃତକଙ୍କ ଶବ ବ୍ୟବଚ୍ଛେଦ ଗତକାଲି କୁଜଙ୍ଗ ମେଡିକାଲରେ ହୋଇଥିବା ବେଳେ ତାଙ୍କ ବାମ ପାର୍ଶ୍ୱ ଆଖି ପତା ପାଖରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ତେବେ ତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କ’ଣ ତାହା ସ୍ପଷ୍ଟ ହୋଇପାରିନି।
ଏନେଇ ଲିଖିତ ରିପୋର୍ଟ ଆସି ନଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ବାମ ଆଖି ପାର୍ଶ୍ୱରେ ରହିଛି କ୍ଷତ ଚିହ୍ନ । ପୁଲିସ୍ ତଦନ୍ତ ସମୟରେ ମୃତ ଇଂଜିନିୟରଙ୍କ ପକେଟରୁ ଲୁହା ରେଞ୍ଚି, ଟର୍ଚ୍ଚ ଏବଂ ସ୍କୃ ଡ୍ରାଇଭର ଭଳି ସରଞ୍ଜାମ ମିଳିଥିଲା । ହୃଦଘାତରୁ ତଳେ ପଡ଼ିବାରୁ ମୁଣ୍ଡରେ ଆଘାତ ଲାଗିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ଭିସେରା ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି ।
ମାଲବାହୀ ଜାହାଜ ଏମଭି ଅଲ୍ ଦନାହର ଗତ ୩ ତାରିଖରେ ପାରାଦୀପ ଆଙ୍କରେଜରେ ଥିବା ବେଳେ ଭୋରୁ ଚିଫ୍ ଇଞ୍ଜିନିୟର ମିଲ୍ୟାକୋଭ୍ ସର୍ଗେଇଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର ପ୍ରାୟ ୨୧ ଘଣ୍ଟା ପରେ ରାତି ପ୍ରାୟ ୧ଟା ପରେ ମୃତଦେହକୁ ଜାହାଜରୁ ପାରାଦୀପ ମେଡିକାଲକୁ ଅଣାଯାଇଥିଲା। ଏହାପରେ ଗତକାଲି ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କୁଜଙ୍ଗ ହସ୍ପିଟାଲ ପଠାଯାଇଥିଲା।
ଏହି ଜାହାଜଟି ବାଂଲାଦେଶ ଚଟ୍ଟୋଗ୍ରାମରୁ ଆସିଥିବା ବେଳେ ପାରାଦୀପରୁ ଲୁହାପଥର ବୋଝେଇ କରି ମୁମ୍ବାଇ ଯାଇଥାନ୍ତା। ମାତ୍ର ତାହା ପୂର୍ବରୁ ଏପରି ଅଘଟଣ ଘଟିଛି।
ଓଡ଼ିଶାରେ ଜଣକ ପରେ ଜଣେ ଏହିପରି ୩ ଋଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଆବଶ୍ୟକ ପଡ଼ିଲେ ଋଷୀୟ ନାଗରିକ ଲ୍ୟାକୋଭ୍ ସର୍ଗେଇଙ୍କ ମୃତ୍ୟୁର କାରଣ ଖୋଜିବାକୁ ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ପୁଲିସ୍ ଡିଜି ସୂଚନା ଦେଇଛନ୍ତି।
The post ପାରାଦୀପରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା; ମୃତକଙ୍କ ଆଖି ପାଖରେ କ୍ଷତ ଚିହ୍ନ appeared first on Odisha Reporter.
from Odisha Reporter https://ift.tt/rQbJAFn
No comments:
Post a Comment