ପାର୍ଟିରେ ଗୁଳି ଫୁଟାଇଲେ କଂଗ୍ରେସ ବିଧାୟକ, ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 2, 2023

ପାର୍ଟିରେ ଗୁଳି ଫୁଟାଇଲେ କଂଗ୍ରେସ ବିଧାୟକ, ମାମଲା ରୁଜୁ

ଭୋପାଳ: ପୁଣି ବିବାଦରେ କଂଗ୍ରେସ ବିଧାୟକ ସୁନୀଳ ସରାଫ। ନୂଆବର୍ଷ ପାଳନ ବେଳେ ଭୁଲିଗଲେ ନିୟମ। ସମସ୍ତଙ୍କ ଆଗରେ ନିଜ ଲାଇସେନ୍ସ ଯୁକ୍ତ ବନ୍ଧୁକରେ ଫୁଟାଇଲେ ଗୁଳି। ମଧ୍ୟପ୍ରଦେଶର ଶହଡୋଲ ଜିଲ୍ଲାରେ ଘଟିଛି ଏଭଳି କିଛି ଘଟଣା। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି।

ସୁନୀଲ ସରାଫ ମଧ୍ୟପ୍ରଦେଶର କୋତମା ବିଧାନସଭା ଆସନରୁ ବିଧାୟକ ଅଛନ୍ତି। ନୂଆବର୍ଷ ଦିନ ବିଧାୟକ ନିଜ ବାସଭବନରେ ନବବର୍ଷ ସମେତ ନିଜ ଜନ୍ମଦିନ ଉତ୍ସବ ପାଳନ କରୁଥିଲେ। ଏହି ସମୟରେ ସେ ନିଜ କର୍ମୀ ଓ ବନ୍ଧୁବାନ୍ଧକଙ୍କ ସହ ନାଚିଥିଲେ। ଏଥିସହ ଲାଇସେନ୍ସ ଯୁକ୍ତ ବନ୍ଧୁକ ଜରିଆରେ ଫାଙ୍କା ଗୁଳି ଚାଳନା କରିଥିଲେ। ସର୍ବସମ୍ମୁଖରେ ସେ ଗୁଳି ଫୁଟାଇବା ଭିଡିଓ ଭାଇରାଲ ହେବା ପରେ ଲୋକେ ପ୍ରଶ୍ନ ଉଠାଇଥିଲେ। ଏହାପରେ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ଏହି ଭଳି ଗୁଳିମାଡ କରିବା, ବନ୍ଧୁକ ଦେଖାଇବା ଭୁଲ୍। ସେ ଉନୁପପୁର ଏସ୍‌ପିଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଉନୁପପୁର ପୁଲିସ ବିଧାୟକଙ୍କ ବିରୋଧରେ ଆର୍ମସ୍ ଆକ୍ଟ ଜରିଆରେ ମାମଲା ରୁଜୁ କରିଛି।

ସେପଟେ ଏଫ୍‌ଆଇଆର୍ ରୁଜୁ ହେବା ପରେ ବିଧାୟକ ସୁନୀଲ ସରାଫ ସଫେଇ ରଖିଛନ୍ତି। ସେ କହିଛନ୍ତି, ଯେଉଁ ବନ୍ଧୁକରେ ସେ ଗୁଳି ଚଳାଇଥିଲେ ତାହା ନକଲି ଥିଲା। ପ୍ରତିବର୍ଷ ମୁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରେ। ଚଳିତ ବର୍ଷ ମଧ୍ୟ କରିଥଲି। କେକ୍ କାଟେ ଓ ବାଣ ଫୁଟାଏ। ଦୀପାବଳିରେ ଯେଉଁ ବନ୍ଧୁକ ବ୍ୟବହାର ହୁଏ ସେଥିରେ ବାଣ ଫୁଟାଇଥିବା ବିଧାୟକ କହିଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି।

The post ପାର୍ଟିରେ ଗୁଳି ଫୁଟାଇଲେ କଂଗ୍ରେସ ବିଧାୟକ, ମାମଲା ରୁଜୁ appeared first on Odisha Reporter.



from Odisha Reporter https://ift.tt/afUhF6R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages