ରୋମାଣ୍ଟିକ ହେଲେ ଅନୁଜ-ଅନୁପମା, କିସିଂ ସିନ୍‌କୁ ନେଇ ହଇଚଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 9, 2023

ରୋମାଣ୍ଟିକ ହେଲେ ଅନୁଜ-ଅନୁପମା, କିସିଂ ସିନ୍‌କୁ ନେଇ ହଇଚଇ

ମୁମ୍ବାଇ: ଟେଲିଭିଜନ ଜଗତର ସୁପରହିଟ୍ ସିରିଏଲ୍ ଅନୁପମା। ଏହି ସିରିଏଲ ଏବେ ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି। ଶୋ’ରେ ଭରପୁର ରୋମାଣ୍ଟକ୍ ଅନ୍ଦାଜ ଦେଖିବାକୁ ମିଳିଛି, ଯାହାକୁ ଫ୍ୟାନ୍‌ମାନେ ଅପେକ୍ଷା କରି ରହିଥିଲେ। ରୋମାଣ୍ଟିକ ହୋଇଛନ୍ତି ଶୋ’ର ଲିଡ୍ ଚରିତ୍ର ଅନୁପମା ଓ ଅନୁଜ। ଏମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଦମ୍‌ଦାର କେମେଷ୍ଟ୍ରି। ଯାହା ଦର୍ଶକଙ୍କ ହୃଦୟ ଜିତି ନେଇଛି। ଅନୁପମା ଓ ଅନୁଜଙ୍କ ରୋମାଣ୍ଟକ୍ କ୍ଲିପ୍ସ ଓ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବା ସହ ହଇଚଇ ସୃଷ୍ଟି କରିଛି।

ଦୀର୍ଘ ଦିନର ଟେନ୍‌ସନ୍‌, ଝଗଡା ପରେ ନୂଆ ଆରମ୍ଭ କରିଛନ୍ତି ଅନୁପମା। ଅନୁଜକୁ ସରପ୍ରାଇଜ ଦେବା ପାଇଁ ସେ ପ୍ଲାନ କରିଛନ୍ତି ରୋମାଣ୍ଟିକ ଡେଟ୍। ଏଭଳି କିଛି ଦେଖିବାକୁ ମିଳିଛି ସିରିଏଲର ରିସେଣ୍ଟ ଏପିସୋଡ୍‌ରେ। ଅନୁପମାଙ୍କ ପ୍ରେମରେ ଦିୱାନା ହୋଇପଡିଛନ୍ତି ଅନୁଜ। ଏହି କପଲ ଶୋ’ରେ ପ୍ରଥମ ଥର ପାଇଁ ଇଣ୍ଟିମେଣ୍ଟ ହୋଇଛନ୍ତି। ଦୁୂହେଁ ପରସ୍ପରକୁ କିସ୍ ମଧ୍ୟ କରିପକାଇଛନ୍ତି। ଏହାକୁ ଦେଖି ଅନୁପମାଙ୍କ ଫ୍ୟାନ୍‌ମାନେ ବେଶ୍ ଖୁସି ହୋଇପଡିଛନ୍ତି।

ୟୁଜର୍ସଙ୍କ କହିବା ମୁତାବକ, ଦୁହେଁ ନବବିବାହିତ କପଲଙ୍କ ଭଳି ଆକ୍ଟିଂ କରୁଛନ୍ତି। ଦୁହିଁଙ୍କ ରୋମାନ୍ସ ଓ ହ୍ୟାପି ମୋମେଣ୍ଟ ଦେଖି ଏବେ ଏମାନଙ୍କ ମଧ୍ୟରେ ସବୁକିଛି ଠିକ୍ ହୋଇଯିବ ବୋଲି ଫ୍ୟାନ୍‌ମାନେ ଆଶଙ୍କା କରୁଛନ୍ତି।

ସେପଟେ ଅନୁପମା ଓ ଅନୁଜଙ୍କ ରୋମାନ୍ସ ଯୋଗୁଁ ଶୋ’ର ଟିଆର୍‌ପି ମଧ୍ୟ ବେଶ୍ ବଢ଼ିଯାଇଛି। ଯେବେଠୁ ଏହି ସିରିଏଲ୍ ଆରମ୍ଭ ହୋଇଛି ସେବେଠୁ ଏହା ଦର୍ଶକଙ୍କ ମନପସନ୍ଦ ଶୋ’ ପାଲଟିଛି। ପ୍ରାୟତଃ ଏହା ଟିଆର୍‌ପିର ଏକ ନମ୍ବର ସ୍ଥାନ କବ୍‌ଜା କରୁଛି। ଅନ୍‌ସ୍କ୍ରିନ୍ ଅନୁଜ ଓ ଅନୁପମାଙ୍କ ଯୋଡି ଫ୍ୟାନ୍‌ମାନଙ୍କ ଫେଭରେଟ୍ ଯୋଡି ପାଲଟିଯାଇଛି। ଶୋ’ରେ ଅନୁପମା ଚରିତ୍ରରେ ଥିବା ରୂପାଲି ଗାଙ୍ଗୁଲି ଓ ଅନୁଜ ଚରିତ୍ରରେ ଥିବା ଗୌରବ ଖନ୍ନାଙ୍କ ଡିମାଣ୍ଡ ମଧ୍ୟ ଢ଼େର ବଢ଼ିଯାଇଛି। ଶୋ’ର ଟିଆର୍‌ପିକୁ ନେଇ ଅନ୍ୟପଟେ ମେକର୍ସମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି।

The post ରୋମାଣ୍ଟିକ ହେଲେ ଅନୁଜ-ଅନୁପମା, କିସିଂ ସିନ୍‌କୁ ନେଇ ହଇଚଇ appeared first on Odisha Reporter.



from Odisha Reporter https://ift.tt/xRkIe4o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages