ନିର୍ବାଚନ ଲଢ଼ିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଆସନ୍ତା ମାର୍ଚ୍ଚରେ ପାକିସ୍ତାନରେ ହେବାକୁ ଥିବା ୩୩ଟି ସଂସଦୀୟ କ୍ଷେତ୍ର ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ଇମ୍ରାନ୍ ଖାନ୍ ପ୍ରତିଦ୍ୱନ୍ଦତା କରିବେ। ଏନେଇ ଇମ୍ରାନ୍ ଖାନ୍ଙ୍କ ଦଳ ଘୋଷଣା କରିଛି। ରବିବାର ସନ୍ଧ୍ୟାରେ ପାକିସ୍ତାନ-ଇ-ଇନ୍ସାଫ(ପିଟିଆଇ)ର ଉପାଧ୍ୟକ୍ଷ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀର ଶାହ ମହମ୍ମଦ କୁରେସି କହିଛନ୍ତି ଯେ, ଦଳୀୟ କୋର କମିଟି ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ପାକିସ୍ତନରେ ହେବା ଥିବା ୩୩ଟି ସଂସଦୀୟ କ୍ଷେତ୍ର ପାଇଁ ଇମ୍ରାନ୍ ଖାନ୍ ଏକା ହିଁ ପ୍ରତିଦ୍ୱନ୍ଦିତା କରିବେ। ଶୁକ୍ରବାର ପାକିସ୍ତାନ ନିର୍ବାଚନ କମିଶନ୍ ୩୩ଟି ଆସନ ପାଇଁ ନିର୍ବାଚନ ଲାଗି ବିଜ୍ଞପ୍ତି ଘୋଷଣା କରିଛନ୍ତି।
ସମ୍ପ୍ରତି ପାକିସ୍ତାନର ଅର୍ଥନୈତିକ ସଙ୍କଟକୁ ନେଇ ବର୍ତ୍ତମାନ କ୍ଷମତାସୀନ ଥିବା ତଥା ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଟାର୍ଗେଟ କରି ଆସୁଛନ୍ତି ଇମ୍ରାନ୍। ଆଇନ ଆଖିରେ ଧୁଳି ଦେଇ ପ୍ରଧାନମନ୍ତ୍ରୀ ସରିଫ୍ ଜାତୀୟ ସମ୍ପତ୍ତିକୁ ବିକ୍ରି ଓ ବନ୍ଧା ପକାଇବାକୁ ଯାଉଥିବା ଇମ୍ରାନ୍ ଅଭିଯୋଗ କରିଛନ୍ତି। ବିଗତ ୩୦ ବର୍ଷ ଧରି ସରିଫ୍ ଏବଂ ଜର୍ଦ୍ଦାରିଙ୍କ ଭଳି ବ୍ୟକ୍ତି ବିଶେଷ ଦେଶକୁ ତଳି ତଳାନ୍ତ କରି ପକାଇଛନ୍ତି । ଚୋର ବୋଲି ସମ୍ବୋଧିତ କରିବା ସହ ସେମାନଙ୍କୁ ଏହି ଜାତୀୟ ସମ୍ପତ୍ତି ବିକ୍ରି କରିବାକୁ ଦିଆଯିବନି ବୋଲି କହିଛନ୍ତି ଇମ୍ରାନ । ତେବେ ଶେହବାଜ ମଧ୍ୟ ଇମ୍ରାନଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଇମ୍ରାନ, ସ୍ମୃତି ଶକ୍ତି ହରାଇ ବସିଛନ୍ତି । କିଛି କଥା ତାଙ୍କୁ ମନେ ପକାଇବାକୁ ପଡ଼ିପାରେ ।
ଅନ୍ତରାଷ୍ଟ୍ରୀୟ ରିପୋର୍ଟ ଅନୁସାରେ ଇମ୍ରାନ ଖାନ୍ ସରକାର ଅମଳରେ ପାକିସ୍ତାନରେ ଦୁର୍ନୀତି ବଢ଼ିଛି ନିଯୁକ୍ତି, ବଦଳି ଏକ ବ୍ୟବସାୟରେ ପରିଣତ ହୋଇଥିଲା ଯାହା ଏକ ଇମ୍ରାନ ସରକାର ବେଳେ ବଡ଼ ସ୍କାମରେ ପରିଣତ ହୋଇଥିଲା ଅର୍ଥନୀତିରେ ଛେଡଖାନି କରିଥିବାରୁ ଏହାର କ୍ଷତି ଭରଣା କରୁଛନ୍ତି ନିରିହ ପାକିସ୍ତାନୀ ନାଗିରକ । ବନ୍ଧୁ ରାଷ୍ଟ୍ରମାନଙ୍କ ସହ ଇମ୍ରାନ ସରକାର ସମ୍ପର୍କ ଖରାପ କରିଛନ୍ତି । ବିଶ୍ୱ ସମୁଦାୟ ଏବଂ ତାଙ୍କର ବନ୍ଧୁ ରାଷ୍ଟ୍ରମାନଙ୍କ ସାମ୍ନାରେ ସମ୍ମାନ ଆଞ୍ଚ ଆସିଥିବାରୁ ଗଭୀର ମର୍ମାହତ ହୋଇଛନ୍ତି। କ୍ଷମତା ପାଇଁ ପ୍ରବଳ ଲୋଭ ଯୋଗୁଁ ସେ ହିତାହିତ ଜ୍ଞାନ ଭୁଲି ସାରିଥିଲେ । ତେବେ ଏହାରି ଭିତରେ ପାକିସ୍ତାନରେ ୩୩ଟି ଆସନରେ ପନିର୍ବାଚନ ହେଉଥିବାରୁ ରାଜନୀତି ସରଗରମ ହୋଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ypxXsUc
No comments:
Post a Comment