କୁସ୍ତି ମହାସଂଘ ସଭାପତିଙ୍କ ନାଁରେ ଯୌନ ନିର୍ଯାତନା ମାମଲା: ତଦନ୍ତ କରିବ ଆଇଓଏର ୭ ଜଣିଆ କମିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 20, 2023

କୁସ୍ତି ମହାସଂଘ ସଭାପତିଙ୍କ ନାଁରେ ଯୌନ ନିର୍ଯାତନା ମାମଲା: ତଦନ୍ତ କରିବ ଆଇଓଏର ୭ ଜଣିଆ କମିଟି

ରେସଲର ବନାମ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ତୀବ୍ର ହେବାରେ ଲାଗିଛି। ଦେଶର ଖ୍ୟାତାନାମା ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଏଥିସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏସବୁ ଭିତରେ ଭାରତୀୟ ଅଲିମ୍ପିକ ଆସୋସିଏସନ(ଆଇଓଏ) ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ୭ ଜଣିଆ କମିଟି ଗଠନ କରାଯାଇଛି।

କମିଟିରେ ଆଇଓଏ ସଦସ୍ୟ ମ୍ୟାରୀକମ, ଡୋଲା ବାନାର୍ଜୀ, ଅଳକାନନ୍ଦା ଅଶୋକ, ଯୋଗେଶ୍ୱର ଦତ୍ତ ଓ ସହଦେବ ଯାଦବ ରହିଛନ୍ତି। କମିଟିର ସଦସ୍ୟମାନେ ରେସଲମାନେ ଆଣିଥିବା ଅଭିଯୋଗ ସଂକ୍ରାନ୍ତରେ ବୈଠକ କରି ତଥ୍ୟ ସଂଗ୍ରହ କରିଛନ୍ତି। ଏଥିସହ ତଦନ୍ତ ବେଳେ କମିଟି ବ୍ରିଜ୍‌ ଭୂଷଣଙ୍କ ଠାରୁ ଆରମ୍ଭ କରି ଅଭିଯୋଗ ଆଣିଥିବା ରେସଲରମାନଙ୍କୁ ଡାକିବ ବୋଲି ଜଣାପଡ଼ିଛି।

ବ୍ରିଜ୍‌ ଭୂଷଣ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରି ତାଙ୍କୁ ପଦରୁ ହଟାଇବାକୁ ପାଇଁ ଆଜି ରେସଲରମାନେ ଆଇଓଏକୁ ଚିଠି ଲେଖିଥିଲେ। ଏଥିସହ ଘଟଣାର ତଦନ୍ତ ପାଇଁ କମିଟି ଗଠନ କରିବାକୁ ଦାବି କରିଥିଲେ। ଏହି ଚିଠିକୁ ଗୁରୁତ୍ୱର ସହ ନେଇ ଆଇଓଏ ତଦନ୍ତ କମିଟି ଗଠନ କରିଛି।

ରେସଲରମାନେ ଅଭିଯୋଗ କରିଛନ୍ତି ଯେ କୁସ୍ତି ମହାସଂଘ ଆର୍ଥିକ ହେରଫେର କରିଛି। ଏଥିସହ ସଂଘର ସଭାପତି ଓ କିଛି କୋଚ ମହିଳା ରେସଲରମାନଙ୍କ ଜାତୀୟ କ୍ୟାମ୍ପ ବେଳେ ଯୌନ ନିର୍ଯାତନା ଦେଇଛନ୍ତି। ଏଥିପାଇଁ ଅଲିମ୍ପିଆନ ଭିନେଶ ଫୋଗଟଙ୍କ ଠାରୁ ଆରମ୍ଭ କରି ବଜରଙ୍ଗ ପୁନିଆଙ୍କ ଯାଏ ଶତାଧିକ ରେସଲର ୧୮ ତାରିଖରୁ ଦିଲ୍ଲୀରେ ଆନ୍ଦୋଳନ କରୁଛନ୍ତି। ସେମାନେ ଆଜି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ମଧ୍ୟ ବୈଠକ କରିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/4BxqZud

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages