ଫେବ୍ରୁଆରୀରେ ୩୮ ଡିଗ୍ରୀ ଛୁଇଁଲା ପାରଦ,କାଲିଠୁ ଭୁବନେଶ୍ୱରରେ ଜଳଛତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 28, 2023

ଫେବ୍ରୁଆରୀରେ ୩୮ ଡିଗ୍ରୀ ଛୁଇଁଲା ପାରଦ,କାଲିଠୁ ଭୁବନେଶ୍ୱରରେ ଜଳଛତ୍ର

ରାଜ୍ୟରେ ଧୀରେ ଧୀରେ ତାତି ବଢ଼ୁଛି। ଗତକାଲି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲିଠାରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବ ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସମସ୍ତ ୱାର୍ଡରେ ଜଳଛତ୍ର ଖୋଲିବାକୁ କର୍ପୋରେଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିୟମିତ ପାଣି ଭର୍ତ୍ତି ପାଇଁ ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପଶୁପକ୍ଷୀଙ୍କ ପାଇଁ ମଧ୍ୟ ଅନେକ ସ୍ଥାନରେ ପାଣି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମେୟର ଆହୁରି କହିଛନ୍ତି,ଫେବ୍ରୁଆରୀ ମାସରୁ ୩୮ ଡିଗ୍ରୀ ପାରଦ ଟପିଲାଣି। ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ଏପରି ବ୍ୟବସ୍ଥା କରାଯାଉଛି। ୱାଟର ଏଟିଏମ୍‌ର ମଧ୍ୟ ବ୍ୟବସ୍ଥା କରାଯାଉଛି।

ସୂଚନାଯୋଗ୍ୟ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଧିରେ ଧିରେ ତାପମାତ୍ରା ବଢ଼ିବାରେ ଲାଗିଛି। ଗତକାଲି ବୌଦ୍ଧ ଜିଲ୍ଲାର ତାପମାତ୍ରା  ୩୮ ଡିଗ୍ରୀ ସେଲସିୟସ ଥିଲା। ସେହିପରି ଭୁବନେଶ୍ୱରରେ ୩୫.୮ ଡିଗ୍ରୀ ଥିବା ବେଳେ କଟକରେ ୩୪.୬ ଡିଗ୍ରୀ ତାପମାତ୍ରା ଥିଲା।
ଏଥର ଫେବ୍ରୁଆରୀ ମାସରେ ପାରଦ ୩୮ ଡିଗ୍ରୀ ଛୁଇଁ ଥିବା ବେଳେ ଆଗକୁ ଆହୁରି ତାପମାତ୍ରା ବଢ଼ିବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ।
 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/fizLs40

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages