ରିଓ ଅଲିମ୍ପିକ୍ରେ ଭାରତ ପାଇଁ ଇତିହାସ ରଚିଥିବା ଜିମ୍ନାଷ୍ଟ ଦୀପା କର୍ମକାର ଡୋପ୍ ଟେଷ୍ଟରେ ଫେଲ୍ ମାରିଛନ୍ତି। ଇଣ୍ଟରନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) ଜାଣିବାକୁ ପାଇଛି ଯେ, ଦୀପା ହାଇଜେନାମାଇନ ଡ୍ରଗ୍ସ ସେବନ କରିଥିଲେ। ଏହାର ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସିଛି। ୨୦୨୧ ପରେ ହାଇଜେନାମାଇନ୍ ଡ୍ରଗ୍ସ ଉପରେ ବ୍ୟାନ୍ ଲଗାଯାଇଥିଲା। ଏହା ପରେ ଦୀପା କର୍ମକାରଙ୍କ ଉପରେ କଟକଣା ଲାଗୁ କରାଯାଇଛି। ଦୀପାଙ୍କୁ ୨୧ ମାସ ପାଇଁ ବ୍ୟାନ୍ କରାଯାଇଛି। ପାଖାପାଖି ଦୁଇ ବର୍ଷ ଯାଏଁ ସେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ।
ଆଇଟିଏ ମୁତାବକ, ୨୦୨୩ ଜୁଲାଇ ୧୦ ପର୍ଯ୍ୟନ୍ତ ଦୀପାଙ୍କ ଉପରେ ବ୍ୟାନ୍ ଲାଗୁ ରହିବ। ପୂର୍ବରୁ ଦୀପା ଓ୍ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି ତଥା ବାଡାର ଗାଇଡ୍ଲାଇନ୍କୁ ଉଲ୍ଲଙ୍ଘନ କରିଥିବା ନେଇ ସୂଚନା ମିଳିଥିଲା। କିନ୍ତୁ ପରେ ସେ ଡୋପିଂ ଟେଷ୍ଟରେ ଧରାପଡିଥିବା ଜଣାପଡିଛି। ଏଏଫଆଇଜି ଆଣ୍ଟି ଡୋପିଂ ନିୟମ ଧାରା ୧୦.୮.୨ ଅନୁସାରେ ମାମଲାର ସମାଧାନ କରାଯାଇଛି।
ସୂଚନାଯୋଗ୍ୟ, ତ୍ରିପୁରାର ଦୀପା କର୍ମକାର ଭାରତର ଶ୍ରେଷ୍ଠ ଜିମ୍ନାଷ୍ଟମାନଙ୍କ ମଧ୍ୟରୁ ଅନ୍ୟତମ। ସେ ୨୦୧୬ ରିଓ ଅଲିମ୍ପିକ୍ସରେ ୪ର୍ଥ ସ୍ଥାନରେ ଥିଲେ। ଏହା ପରେ ୨୦୧୮ରେ ସେ ତୁର୍କୀର ମର୍ସିନ ଠାରେ ଏଏଫ୍ଆଇଜି ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ୱାର୍ଲ୍ଡ ଚ୍ୟାଲେଞ୍ଜ କପ୍ର ୱାଲ୍ଟ ପ୍ରତିଯୋଗିତାରେ ଦେଶ ପାଇଁ ସ୍ୱର୍ଣ୍ଣପଦକ ଆଣିଥିଲେ। ଭାରତର ପ୍ରଥମ ଜିମ୍ନାଷ୍ଟ ଭାବେ ସେ ଏହି ଗୋଲ୍ଡ ମେଡାଲ ଜିତିଥିଲେ। ଦୀପା କର୍ମକାରଙ୍କୁ ଗୋଲ୍ଡେନ ଗର୍ଲ ମଧ୍ୟ କୁହାଯାଇଥାଏ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ZoTuD0d
No comments:
Post a Comment