ଆବଶ୍ୟକ ସାମଗ୍ରୀ: ପନିର, ମକା, ବେସନ, କଟା ପିଆଜ ,ଅଦା-ରସୁଣ ପେଷ୍ଟ, କଟା କଞ୍ଚା ଲଙ୍କା, ଗୋଲ ମରିଚ ଗୁଣ୍ଡ, ଲେମ୍ବୁ ରସ, ଧନିଆ ପତ୍ର, ଚାଟ୍ ମସଲା ,ରିଫାଇନ୍ ତେଲ, ବ୍ରେଡ କ୍ରମ୍ବ ଓ ସ୍ୱାଦନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ମକାକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ମନେ ରଖନ୍ତୁ ମକାର ମିଶ୍ରଣକୁ ଚିକ୍କଣ କରି ନବାଟି ଖଣ୍ଡ ଖଣ୍ଡ ମକା ରଖିବେ । ଏହାପରେ ଏହି ମିଶ୍ରଣରେ ପନିର, ବେସନ, କଟା ପିଆଜ, କଟା କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ ଅଦା-ରସୁଣ ପେଷ୍ଟ, ଲେମ୍ବୁ ରସ, ଧନିଆ ପତ୍ର,ଚାଟ୍ ମସଲା ଓ ଅଲ୍ପ ଲୁଣ ମିଶାଇ ଗୋଳାଇ ଏକ ପାତ୍ରରେ ରଖନ୍ତୁ। ଏହି ମିଶ୍ରଣକୁ ହାତରେ ଗୋଲ ଗୋଲ ଆକାରର ବଲ୍ ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ବଲ୍ ଗୁଡିକ ବ୍ରେଡ କ୍ରମ୍ବ୍ ରେ କୋଟିଂ କରି ଏକ ପାତ୍ରରେ ରଖନ୍ତୁ।
ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ପନିର ଓ ମକାରେ ତିଆରି ବଲ୍ ଗୁଡିକୁ ଛାଣନ୍ତୁ। କମ୍ ଆଞ୍ଚରେ ଏହି ବଲ୍ ଗୁଡିକ ଛାଣନ୍ତୁ। ପନିର କର୍ଣ୍ଣ କଟଲେଟ୍ ରଙ୍ଗ ବାଦାମୀ ହୋଇଆସିଲେ ତାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗରମାଗରମ ଚଟପଟା ‘ପନିର କର୍ଣ୍ଣ କଟଲେଟ୍’।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/0WZcR5M
No comments:
Post a Comment