ମନ୍ତ୍ରୀଙ୍କ ଶୋଭାଯାତ୍ରା ବେଳେ ଘଟିଲା ଅଜବ କାଣ୍ଡ। ଫୁଲମାଳ ପିନ୍ଧାଇବା ବାହାନାରେ କେହି ମନ୍ତ୍ରୀଙ୍କ ଶରୀରରେ କିଛି କୁଣ୍ଡାଇ ହେବା ଜିନିଷ ଘଷି ଦେଇଥିଲେ। ଫଳରେ ମନ୍ତ୍ରୀଙ୍କ ଅବସ୍ଥା ଅସମ୍ଭାଳ ହେଲା। ସଭାରେ ଭାଷଣ ଦେବେ କ’ଣ, ଦେହ ସାରା କୁଣ୍ଡାଇ କୁଣ୍ଡାଇ କୁଣ୍ଡାଇ ମନ୍ତ୍ରୀଙ୍କ ଅବସ୍ଥ ଅସମ୍ଭାଳ ହେଲା। ଶେଷରେ ନିଜକୁ ଆଉ ସମ୍ଭାଳି ପାରିଲେନି ମନ୍ତ୍ରୀ । ଯେଉଁ ଗାଁରେ ସରକାରଙ୍କ ବିକାଶ ଯୋଜନାର ଡିଣ୍ଡିମ ପିଟୁଥିଲେ ସେଠାରେ ରାତି ଅଧରେ ଗାଧୁଆ ପାଧୁଆ କରି ସଫା ବସ୍ତ୍ର ପିନ୍ଧି ବାହାରିଲେ। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟପ୍ରଦେଶରେ ଘଟିଛି।
ମଧ୍ୟପ୍ରଦେଶ ମୁନଗୋଲି ବିଧାୟକ ବ୍ରିଜେନ୍ଦ୍ର ସିଂ ଯାଦବ ।
ମଧ୍ୟପ୍ରଦେଶର ମୁନଗୋଲି ବିଧାୟକ ବ୍ରିଜେନ୍ଦ୍ର ସିଂ ଯାଦବ ଭାଜପାର ବିକାଶ ଯାତ୍ରା ଅଭିଯାନରେ ଗାଁ ଗାଁ ବୁଲୁ ସରକାରଙ୍କ ଲୋକାଭିମୁଖି ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଥିଲେ। ଏହି କ୍ରମରେ ମଙ୍ଗଳବାର ରାତିରେ ସେ ମୁଙ୍ଗାବଳୀ ବିଧାନସଭା କ୍ଷେତ୍ରର ଦେବର୍ଛି ଗାଁରେ ହେଉଥିବା ଜନସମ୍ପର୍କ ଯାତ୍ରାରେ ସାମିଲ ହୋଇଥିଲେ।
ଏହି ସମୟରେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ନିମନ୍ତେ ବହୁ ଲୋକଙ୍କ ଭିଡ଼ ହୋଇଥିଲା। ଏହାର ସୁଯୋଗ ନେଇ କେହି ତାଙ୍କ ଶରୀରରେ କୁଣ୍ଡାଇ ହେଉଥିବା କିଛି ମଞ୍ଜି ଅଥବା ପାଉଡର ବୋଳି ଦେଇଥିବା ଜଣାଯାଇଛି। ଏହାପରେ ହଠାତ୍ ମନ୍ତ୍ରୀଙ୍କ ଶରୀର ସାରା କୁଣ୍ଡାଇ ହେବାକୁ ଲାଗିଲା। ଏପରିକି ସରକାରଙ୍କ ବିକାଶ ଯୋଜନାର ଡିଣ୍ଡିମ ପିଟୁଥିବା ମନ୍ତ୍ରୀଙ୍କ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଲା। ଭାଷଣ ଦେବା ଅବସ୍ଥାରେ ନ ଥିବା ମନ୍ତ୍ରୀଙ୍କୁ ଉକ୍ତ ଗାଁରେ ହିଁ ଗାଧୋଇବାକୁ ପଡ଼ିଲା। ତେବେ କିଏ ଏପରି କାଣ୍ଡ ଘଟାଇଛି ସେ ସମ୍ପର୍କରେ ସଠିକ୍ ଭାବେ ଜଣାପଡ଼ିନି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/8GfvRlZ
No comments:
Post a Comment