୨୦୨୪ରେ ବି ବିଜେପି ସରକାର: ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 14, 2023

୨୦୨୪ରେ ବି ବିଜେପି ସରକାର: ଶାହ

୨୦୨୪ରେ ବି ଆସିବ ବିଜେପି ସରକାର। ବିଜେପିର କାହା ସହ ପ୍ରତିଯୋଗୀତା ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ଭଲ ପ୍ରଦର୍ଶନ କରିବ। ଏକତରଫା ଭାବେ ସଂଖ୍ୟା ଗରିଷ୍ଠତା ହାସଲ କରି ଗଠନ କରିବ ସରକାର। ୨୦୨୪ ନିର୍ବାଚନ ପୂର୍ବରୁ ଆଜି ଏଭଳି କିଛି ଦୃଢ଼ୋକ୍ତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। 

ଦେଶର ସାଧାରଣ ଜନତା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଗକୁ ବଢୁଛନ୍ତି। କେନ୍ଦ୍ର ସରକାରଙ୍କ ଉଦ୍ୟମ ବଳରେ ତୃଣମୂଳସ୍ତରରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟକୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱ ଦେଉଛନ୍ତି। ଗତ ୮ ବର୍ଷ ଭିତରେ ମୋଦି ୫୧ ଥର ଉତ୍ତରପୂର୍ବାଞ୍ଚଳ ଗସ୍ତ କରିଛନ୍ତି। ମୋଦି କ୍ଷମତାକୁ ଆସିବା ପରେ ଉତ୍ତରପୂର୍ବାଞ୍ଚଳକୁ ଶାନ୍ତି ଫେରିଛି ବୋଲି କହିଛନ୍ତି ଅମିତ ଶାହ।

ଅମିତ ଶାହ ଆହୁରି କହିଛନ୍ତି, ୨୦୦୨ରୁ ମୋଦିଜୀଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି। ହଜାର ହଜାର ଷଡଯନ୍ତ୍ର ସତ୍ତ୍ୱେ ସତ୍ୟ ପଦାକୁ ଆସୁଛି। କିନ୍ତୁ ପ୍ରତ୍ୟେକ ଥର ମୋଦିଜୀ ଅଧିକ ଶକ୍ତିଶାଳୀ ଏବଂ ଅଧିକ ଲୋକପ୍ରିୟ। ଭାବେ ସାମ୍ନାକୁ ଆସୁଛନ୍ତି। ଆଗାମୀ ନିର୍ବାଚନ ଗୁଡିକରେ ବିଜେପି ଭଲ ପ୍ରଦର୍ଶନ କରିବ। କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ପ୍ରଭାବୀ ପ୍ରଦର୍ଶନ କରିବ। ତେବେ ବିରୋଧୀ ଆସନରେ କିଏ ବସିବ ତାହା ଜନତା ସ୍ଥିର କରିବେ।

 

ଭାରତ ଏବେ ପ୍ରତିଟି କ୍ଷେତ୍ରରେ ଆଗକୁ ବଢୁଛି। ଦେଶର ବିକାଶ, ଦେଶକୁ ସୁରକ୍ଷିତ ରଖିବା ଓ ଏହାର ଅର୍ଥବ୍ୟବସ୍ଥାକୁ ଦ୍ରୁତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଦିଗକୁ ପ୍ରାଥମିକତା ଦେଉଛନ୍ତି ମୋଦି ସରକାର। ଦେଶର ୬୦ କୋଟିରୁ ଅଧିକ ଗରିବ ଲୋକଙ୍କ ଆର୍ଥିକ ଅବସ୍ଥା ସୁଧାରିଛୁ। ରେଲୱେ ଠାରୁ ମହାକାଶ ପ୍ରତିଟି କ୍ଷେତ୍ରରେ ଅଗ୍ରଣୀ ସାଜିବାକୁ ପ୍ରୟାସ କରୁଛୁ ବୋଲି ସାହା ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ଦେଇଥିବା ସାକ୍ଷାତକାରରେ ଅମିତ ଶାହ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଗକୁ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ନିର୍ବାଚନ ରହିଛି । ଫେବ୍ରୁଆରୀ ୧୬ରେ ତ୍ରିପୁରାରେ ଭୋଟିଂ ହବେ।  ମେଘାଳୟ ଏବଂ ନାଗାଲାଣ୍ଡରେ ଲୋକମାନେ ଫେବୃଆରୀ ୨୭ରେ ଭୋଟ ଦେବେ। ମାର୍ଚ୍ଚ ୨ରେ ଏହି ତିନୋଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିବ।

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/IGYvqr0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages