ଆର୍ଆର୍ଆର୍ ଷ୍ଟାର୍ ତଥା ସାଉଥ ଅଭିନେତା ଜୁନିଆର୍ ଏନ୍ଟିଆର୍ଙ୍କ ଭାଇଙ୍କ ଦେହାନ୍ତ ହୋଇଛି। ରୋଡ଼ ଶୋ’ ବେଳେ ହୃଦ୍ଘାତର ଶିକାର ହୋଇ ଜୁନିୟର ଏନଟିଆରଙ୍କ ସମ୍ପର୍କିୟ ଭାଇ ତଥା ଅଭିନେତା ଓ ରାଜନେତା ନନ୍ଦମୁରି ତାରକ ରତ୍ନଙ୍କର ପରଲୋକ ହୋଇଛି। ତାଙ୍କୁ ବେଙ୍ଗାଲୁରୁର ନାରାୟଣ ହାର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଏହି ଆକଷ୍ମିକ ମୃତ୍ୟୁ ସମଗ୍ର ଟଲିଉଡ ଜଗତକୁ ସ୍ତବ୍ଧ କରି ଦେଇଛି। ନନ୍ଦମୁରି ତାରକ ରତ୍ନଙ୍କ ପରଲୋକ ଖବର ଶୁଣିବା ପରେ ବହୁ ରାଜନେତା ଓ ସେଲିବ୍ରିଟି ସୋସିଆଲ ମିଡିଆ ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି।
ଚିତ୍ତୁରରେ ଏକ ରୋଡ୍ ଶୋ’ ବେଳେ ତାରକ ରତ୍ନଙ୍କୁ ହୃଦ୍ଘାତ ହୋଇଥିଲା। ଏହାପରେ ପ୍ରବଳ ଭିଡ ଭିତରେ ସେ ଚେତାଶୂନ୍ୟ ହୋଇ ପଡିଥିଲେ। ଏହାପରେ ତୁରନ୍ତ ତାଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ପିସିଆର୍ ଓ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗଇ ଦିଆଯାଇଥିଲା।
ଜାନୁୟାରୀ ୨୭ରେ ନନ୍ଦମୁରି ତାରକ ରତ୍ନ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ଯୁବାଗଲମ ପଦଯାତ୍ରାରେ ଭାଗ ନେଇଥିଲେ। ସେ କୁପ୍ପମରେ ଏକ ମସଜିଦରେ ନମାଜ ପଢି ଫେରିବା ସମୟରେ ହଠାତ୍ ପଡିଯାଇଥିଲେ। ତେଲଗୁ ଦେଶମ ପାର୍ଟିର କର୍ମୀମାନେ ସେଠାରୁ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। ସେବେଠାରୁ ସେ ଲାଇଫ୍ ସପୋର୍ଟରେ ଥିଲେ ଓ ୧୮ ଫେବୃୟାରୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ମେଗାଷ୍ଟାର ଚିରଞ୍ଜିବ ତାରକ ରତ୍ନଙ୍କ ଦେହାନ୍ତ ନେଇ ଟୁଇଟ କରିଛନ୍ତି। ସେ କହିଛନ୍ତି, ନନ୍ଦମୁରି ତାରକ ରତ୍ନଙ୍କ ଅସମୟରେ ମୃତ୍ୟୁ ଖବର ଜାଣିବା ପରେ ବହୁତ ଦୁଃଖ ଅନୁଭବ କରୁଛି। ଏତେ ଉଜ୍ୱଳ, ପ୍ରତିଭାଶାଳୀ, ସ୍ନେହି ଯୁବା..ବହୁତ ଶୀଘ୍ର ବିଦାୟ ନେଲେ! ସମସ୍ତ ପରିବାର ସଦସ୍ୟ ଓ ପ୍ରଶଂସକଙ୍କ ହାର୍ଦ୍ଦିକ ସମବେଦନା! ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।
ମହେଶ ବାବୁ, ଆଲୁ ଅର୍ଜୁନଙ୍କ ସମେତ ବହୁ କଳାକାର ନନ୍ଦମୁରି ତାରକ ରତ୍ନଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।
A dear friend and very humble human, it’s heartbreaking to see him gone so soon. He will be dearly missed. Rest in peace babai. #TarakaRatna pic.twitter.com/T72HMwaohQ
— Allari Naresh (@allarinaresh) February 18, 2023
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/p1VqkyA
No comments:
Post a Comment