ଆଧୁନିକ ସମାଜରେ ମଧ୍ୟ ଲୋକମାନେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଛନ୍ତି। ପୂର୍ବରୁ ଆପଣ ଗୁଣିଗାରେଡ଼ିର ଅନେକ ଭୟଙ୍କର କଥା ଶୁଣିଥିବେ। ଏହିକ୍ରମରେ ଉତ୍ତରପ୍ରଦେଶରେ ଘଟିଛି ସମାନ ଘଟଣା। ଗୁଣିଆ କଥାରେ ପଡ଼ି ୧୦ ବର୍ଷୀୟ ସମ୍ପର୍କୀୟ ଭାଇର ବଳି ଦେଇଛି ଜଣେ ଯୁବକ। ଗୁଣିଆ ମାନବ ବଳି ଦେବାକୁ କହିଥିବା ବେଳେ ସମ୍ପର୍କୀୟ ଭାଇ ଓ ଦାଦା ପିଲାଟିକୁ ହତ୍ୟା କରିଛନ୍ତି। ଏହି ଘଟଣାରେ ପୁଲିସ୍ ଗୁଣିଆ ସମେତ ୩ ଜଣଙ୍କୁ ଗିରଫ କରିଛି।
ଉତ୍ତର ପ୍ରଦେଶର ବାହରାଇଚିର ଏସ୍ପି ପ୍ରଶାନ୍ତ ବର୍ମା କହିଛନ୍ତି, ପାର୍ସା ଗାଁରେ ରହୁଥିବା କୃଷ୍ଣ ବର୍ମାଙ୍କ ୧୦ ବର୍ଷୀୟ ପୁଅ ବିବେକ ଗୁରୁବାର ରାତିରୁ ହଠାତ୍ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଖୋଜାଖୋଜି ଚାଲିଥିବା ବେଳେ ବିବେକଙ୍କ ତଣ୍ଟି କଟା ମୃତଦେହ ସ୍ଥାନୀୟ ପଡ଼ିଆରୁ ମିଳିଥିଲା। ଗୁରୁବାର ରାତିରେ ହିଁ ବିବେକଙ୍କ ମୃତଦେହକୁ ପରିବାର ଲୋକ ଠାବ କରିନେଇଥିଲେ।
ପୁଲିସ୍ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା। ବିବେକଙ୍କ ସମ୍ପର୍କୀୟ ଭାଇ ଅନୂପ ଓ ଦାଦା ଚିନ୍ତାରାମ ହତ୍ୟା ପଛରେ ଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଅନୂପଙ୍କ ଅଢ଼େଇ ବର୍ଷର ଗୋଟିଏ ପୁଅ ରହିଛି। ସେ ମାନସିକ ସ୍ତରରେ ବେଶ ଦୁର୍ବଳ। ସବୁବେଳେ ପୁଅ ଅସୁସ୍ଥ ରହୁଥିବାରୁ ଅନୂପ ବେଶ ଚିନ୍ତାରେ ରହୁଥିଲେ। ସେ ବିଭିନ୍ନ ହସ୍ପିଟାଲରେ ପୁଅର ଚିକିତ୍ସା କରିଥିଲେ ମଧ୍ୟ କୌଣସି ପ୍ରକାରର ଲାଭ ପାଇ ନଥିଲେ। ଶେଷରେ ପୁଅକୁ ଭଲ କରିବା ପାଇଁ ସେ ଗାଁର ଜଣେ ଗୁଣିଆଙ୍କ ପାଖକୁ ଯାଇଥିଲେ।
ଗୁଣିଆ ଜଣଙ୍କ ଅନୂପଙ୍କୁ ମାନବ ବଳି କଥା କହିଥିଲେ। ପ୍ରଥମେ ସାମନ୍ୟ ଡରି ଯାଇଥିବା ଅନୂପ ପୁଅ ପାଇଁ ମାନବ ବଳି ଦେବାକୁ ରାଜି ହୋଇ ଯାଇଥିଲେ। ସେ ବିବେଙ୍କ ଦାଦା ଚିନ୍ତାରାମଙ୍କ ସହ ମିଶି ଯୋଜନା କରିଥିଲେ। ଏହାପରେ ଗୁରୁବାର ରାତିରେ ବିବେକଙ୍କୁ ଅପହଣ କରିବା ସହ ବଳି ଦେଇଥିଲେ। ପୁଲିସ୍ ଶନିବାର ଅନୂପ, ଚିନ୍ତାରାମ ଓ ଗୁଣିଆକୁ ଗିରଫ କରିଥିବା ଶ୍ରୀ ବର୍ମା ସୂଚନା ଦେଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/OlSI3eE
No comments:
Post a Comment