ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ନିକଟସ୍ଥ କୁର୍ଲି ଗାଁରେ ଦେଖାଦେଇଛି ବାଘ ଆତଙ୍କ । ବାଘ ବୁଲୁଥିବା ଖବର ପ୍ରଚାରିତ ହେବା ପରଠୁ ଲୋକେ ଘରେ ତାଟି କବାଟ ପକାଇ ରହୁଛନ୍ତି। ଏପରିକି ଗାଁ ନିକଟରେ କିଛି ପାଦ ଚିହ୍ନ ଠାବ ହୋଇଥିବା ବେଳେ ତାହା ବାଘ ନା ଆଉ କିଛି ତାହା ସ୍ପଷ୍ଟ ହୋଇପାରି ନାହିଁ।
ଗତକାଲି ସନ୍ଧ୍ୟାରେ କୁର୍ଲି ଗାଁ ନିକଟରେ ବାଘ ବୁଲୁଥିବା ଗାଁରେ ପ୍ରଚାରିତ ହୋଇଥିଲା। ଏପରିକି ଗାଁ ନିକଟ ଏକ ଛୋଟ ପୋଲ ଉପରେ କଲରାପତରିଆ ବାଘ ବୁଲୁଥିବା ଭିଡିଓ ଭାଇରାଲ ହେବାକୁ ଲାଗିଲା। ଭିଡ଼ିଓ ଟି କୁର୍ଲି ଗାଁ ର ବୋଲି ପ୍ରଚାର ହେବା ପରେ ଭୟଭୀତ ହୋଇଯାଇଛନ୍ତି ଗାଁ ଲୋକେ ।
ଏପରିକି ଏହା ପ୍ରଚାରିତ ହେବା ପରେ କୁର୍ଲି ଗାଁକୁ ଲାଗିକି ଥିବା କଣ୍ଟାବାଞ୍ଜି ସହରବାସୀ ମଧ୍ୟ ଆତଙ୍କିତ । ଗାଁ ଲୋକେ ଭୟରେ ଥିବା ଜାଣିବା ପରେ ରାତିରେ କଣ୍ଟାବାଞ୍ଜି ରେଞ୍ଜର ଏବଂ ଫରେଷ୍ଟ ଟିମ ପହଞ୍ଚିଥିଲେ ଗାଁରେ ପହଞ୍ଚିଥିଲେ। ସେମାନେ ବାଘକୁ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଭୟଭୀତ ନ ହେବାକୁ ଲୋକଙ୍କୁ ସଚେତନ କରିଛନ୍ତି।
କିଛି ବର୍ଷ ତଳେ ଏକ ଚିତା ବାଘ କୁର୍ଲି ଗାଁ କୁ ପଶି ଆସି ଆତଙ୍କ ଖେଳାଇଥିଲା । ବାଘଟିକୁ କାବୁ କରିବାକୁ ପୁଲିସ ଓ ଫରେଷ୍ଟ ବିଭାଗକୁ ନାକେଦମ ହେବାକୁ ପଡ଼ିଥିଲା। ପୁଣି ଥରେ ଉକ୍ତ ଗାଁରେ ବାଘ ଆତଙ୍କ ଦେଖାଦେଇଥିବାରୁ ଭୟଭୀତ ହୋଇ ପଡ଼ିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ସେପଟେ ଭାଇରାଲ ଭିଡ଼ିଓର ସତ୍ୟତା ନେଇ ଛନଭିନ କରୁଛି ଜଙ୍ଗଲ ବିଭାଗ ।
ବାଘଟିକୁ ଠାବ କରିବାକୁ ଆମେ ଚେଷ୍ଟା ଆରମ୍ଭ କରିଛୁ। ପାଦ ଚିହ୍ନରୁ ତାହା ବାଘ ନା ଆଉ କିଛି ତାହା ସ୍ପଷ୍ଟ ହୋଇଯିବ । ଯଦି ତାହା ବାଘ ହୋଇଥାଏ, ତେବେ ଲୋକଙ୍କୁ ଘରୁ ନ ବାହାରିବାକୁ ସଚେତନ କରିବୁ। ଏଥିସହ ବାଘକୁ କାବୁ କରିବାକୁ ଉଦ୍ୟମ କରିବୁ ବୋଲି କଣ୍ଟାବାଞ୍ଜି ରେଞ୍ଜର ସୂଚନା ଦେଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/hxanY5D
No comments:
Post a Comment