ୟୁନିର୍ଭସିଟିରେ ହୋଲି ଖେଳ ବେଳେ ଗଣ୍ଡଗୋଳ, ୧୫ରୁ ଅଧିକ ଛାତ୍ର ଆହତ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 6, 2023

ୟୁନିର୍ଭସିଟିରେ ହୋଲି ଖେଳ ବେଳେ ଗଣ୍ଡଗୋଳ, ୧୫ରୁ ଅଧିକ ଛାତ୍ର ଆହତ 

ହୋଲି ଖେଳକୁ ନେଇ ବିବାଦ। ଆରମ୍ଭ ହେଲା ଗଣ୍ଡଗୋଳ। ମାରପିଟ୍ ହୋଇ ୧୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି। ପାକିସ୍ତାନର ପଞ୍ଜାବ ୟୁନିର୍ଭସିଟି ପରିସରରେ ଘଟିଛି ଏଭଳି କିଛି ଘଟଣା। 

ସୋମବାର ଦିନ ପଞ୍ଜାବ ୟୁନିର୍ଭସିଟିର ଲ’ କଲେଜରେ ହୋଲି ଖେଳିବାକୁ ପ୍ରାୟ ୩୦ ଜଣ ହିନ୍ଦୁ ଛାତ୍ର ଏକାଠି ହୋଇଥିଲେ। ତେବେ ଇସ୍‌ଲାମିକ୍ ଜାମିଆ ଟୁଲ୍‌ବାର ସଦସ୍ୟମାଦେ ଆସି ସେମା‌ନଙ୍କୁ ଅଟକାଇଥିଲେ। ଫ‌ଳରେ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏପରିକି ମାରପିଟ୍ ଯାଏଁ କଥା ଯାଇଥିଲା। ଏଥିରେ ୧୫ ଜଣ ଛ‌ାତ୍ର ଆହତ ହୋଇଛନ୍ତି। 

ଆହତମାନଙ୍କ ମଧ୍ୟରୁ ଜଣେ ଯୁବକ କହିଛନ୍ତି, ଇସ୍‌ଲାମିକ୍ ଜାମିଆ ଟୁଲ୍‌ବାର ସଦସ୍ୟମାନେ ଆସି ଗଣ୍ଡଗୋଳ କରିଥିଲେ। ରଙ୍ଗ ଖେଳିବାକୁ ମନା କରିଥିଲେ। ଆମେ ସେମାନଙ୍କୁ ସାମ୍ନା କରିବାରୁ ୟୁନିଭରସିଟିର ଗାର୍ଡ ଆମକୁ ଆକ୍ରମଣ କରିଥିଲେ। ଆମେ ଉଭୟ ଆଇଜେଟୁର ସଦସ୍ୟ ଓ ଗାର୍ଡଙ୍କ ବିରୋଧରେ ଅଭିଯୋଗ ଆଣିଛୁ। ମାତ୍ର ଏଯାଏ ପୁଲିସ୍ ଷ୍ଟେସନ୍‌ରେ ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ।

ଜଣେ ପ୍ରତ୍ୟକ୍ଷଦର୍ଶୀ ତଥା ପଞ୍ଜାବ ୟୁନିଭରସିଟିର ଛାତ୍ର କାସିଫ୍ ବ୍ରୋହିଙ୍କ କହିବା ମୁତାବକ,  ଛାତ୍ରମାନେ ରଙ୍ଗ ଖେଳିବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନଙ୍କ ନିକଟରୁ ଅନୁମତି ଆଣିଥିଲେ।

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/DtsmT2B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages