ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସିକୁଳା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଛି ଗୁଳିମାଡ଼। ଏଥିରେ ଗ୍ରାମର ନିରଞ୍ଜନ ମହାରଣା ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ପେଟରେ ଗୁଳି ବାଜିଛି। ଗୁଳି ମାରିବା ସହିତ ତାଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରାଯାଇଛି। ଖଣ୍ଡା ଚୋଟରେ ନିରଞ୍ଜନଙ୍କ ହାତ ଓ ପେଟରେ ଆଘାତ ଲାଗିଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଛି।
ନିରଞ୍ଜନ ଘର ବାହାରେ ବସିଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଚାରିରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଗୁଳି ମାରିବା ସହିତ ସେମାନେ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଥିଲେ। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା କୁହାଯାଉଛି। ପୁରୁଷୋତ୍ତମପୁର ପୁଲିସ୍ ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/8lyY7CP
No comments:
Post a Comment