ଆଜି ରଙ୍ଗର ପର୍ବ ହୋଲି। ଏହାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର । ହୋଲି ଲାଗି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ଆରମ୍ଭ ହୋଇଛି ସେଲିବ୍ରେସନ୍ । ବିଭିନ୍ନ ସ୍ଥାନରେ ଭୋଜି ଭାତର ଆୟୋଜନ ହେଉଥିବା ବେଳେ ନାଚ ଗୀତର ଆସର ବି ଜମିବାକୁ ଲାଗିଲାଣି।
ହୋଲିକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ କମିଶନରେଟ୍ ପୁଲିସ ପ୍ରସ୍ତୁତି କରିଛି । ଏଥିନିମନ୍ତେ ଟୁଇନ୍ ସିଟିରେ ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ୍ ଫୋର୍ସ। ରାଜଧାନୀର ୩୧ଟି ପ୍ରମୁଖ ସ୍ଥାନରେ ପୁଲିସ ନଜର ରଖିବା ସହ ୧୭ଟି ମୋବାଇଲ୍ ଭେହିକିଲ୍ ଟିମ୍ ନିୟୋଜିତ ହୋଇଛନ୍ତି।
ନଦୀରେ ଗାଧୋଇବା, ସ୍ପିଡ୍ ବାଇକିଂ ଏବଂ ମଦ ପିଇ ଗାଡ଼ି ଚଳାଇବା ଉପରେ ମଧ୍ୟ କଡ଼ା ନଜର ରହିଛି । କୌଣସି ଅଘଟଣ ଘଟିଲେ ୧୧୨ ନମ୍ବରକୁ ଫୋନ୍ କରି ସୂଚନା ଦେବାକୁ ସୂଚନା ଜାରି ହୋଇଛିା
ହୋଲିରେ ସତର୍କତାର ସହ ରଙ୍ଗ ଖେଳିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। ଏଥିସହ ହୋଲିରେ କଣ କରିବେ ଏବଂ କଣ କରିବେ ନାହିଁ, ସେନେଇ ପରାମର୍ଶ ଦିଆଯାଇଛି। ରାସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ଓ ପରିବେଶ ଅନୁକୂଳ ରଙ୍ଗ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ରଙ୍ଗ ଖେଳିବା ପୂର୍ବରୁ ମଶ୍ଚରାଇଜର କିମ୍ବା ତେଲ ବ୍ୟବହାର କରିବାକୁ କୁହାଯାଇଛି। ଦେହ ହାତ କୁଣ୍ଡାଇ ହେଲେ, ଆଖି ଲାଲ ପଡିଲେ କିମ୍ବା ପୋଡିଲେ, ଦେହରେ ଆଲର୍ଜି ଭଳି ଫଳିଗଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବାକୁ କୁହାଯାଇଛି। ଆଖି, ନାକ ଓ ପାଟିରେ ରଙ୍ଗ ନ ଲଗାଇବା ସହ ବୃଦ୍ଧ, ଶିଶୁ ଓ ରୋଗୀଙ୍କୁ ରଙ୍ଗ ଖେଳରୁ ବାଦ ଦେବାକୁ କୁହାଯାଇଛି।। ଏହାବାଦ ଅଧିକ ଟାଣ ଖରାରେ ବୁଲି ରଙ୍ଗ ନ ଖେଳିବା ସହ ରଙ୍ଗ ଖେଳିବା ପରେ ନଦୀ ବା ପୋଖରୀରେ ଗାଧୋଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/yx9wROj
No comments:
Post a Comment