ଜର୍ମାନୀ ହମବର୍ଗର ଏକ ଚର୍ଚ୍ଚରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁଳିମାଡ଼ରେ କେଉଁମାନଙ୍କ ସଂପୃକ୍ତି ଅଛି ତଥା ଏହା ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇନି।
ଜର୍ମାନୀ ପୁଲିସର ସୂଚନାନୁସାରେ, ଚର୍ଚ୍ଚର କିଙ୍ଗଡମ୍ ହଲ୍ରେ ଗତକାଲି ରାତିରେ ପ୍ରାର୍ଥନା ଚାଲିଥିବା ବେଳେ ବହୁ ଲୋକ ରୁଣ୍ଡ ହୋଇଥିଲେ। ଏହି ସମୟରେ ପ୍ରାୟ ୧୦ ମିନିଟ୍ରୁ ଅଧିକ ସମୟ ଆଖି ବୁଜା ଫାୟାରିଂ ହୋଇଥିବା ଅନୁମାନ କରାଯାଉଛି। ଏହି ଗୁଳିକାଣ୍ଡରେ ପ୍ରାୟ ୬ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ଟିକିନିଖି ଯାଞ୍ଚ କରୁଛି। ଏଥିସହ ପୁଣି ଥରେ ଫାୟାରିଂ ଆଶଙ୍କାରେ ସ୍ଥାନୀୟ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି ଘଟଣାରେ କେତେ ଜଣ ଅଭିଯୁକ୍ତ ସାମିଲ ଅଛନ୍ତି, ତଥା ସେମାନଙ୍କ ଉଦ୍ଦେଶ୍ୟ କ’ଣ ଥିଲା ସେ ନେଇ କିଛି ସୂଚନା ମିଳିପାରିନି। ପୁଲିସ୍ ଘଟଣାସ୍ଥଳରେ ଥିବା ସିସିଟିଭି ଯାଞ୍ଚ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/w90RX1N
No comments:
Post a Comment