କେନ୍ଦୁଝର ଜିଲ୍ଲାରେ ବାଘ ଆତଙ୍କ। ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷିକୁ ବାଘ ମାରି ଖାଇଥିବା ରେଞ୍ଜର ସୂଚନା ଦେଇଛନ୍ତି ।
ସୂଚନା ଅନୂସାରେ, ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ଏକ ଗାଁର କିଛି ମଇଁଷି ଶୁକ୍ରବାର ରାତିରେ ଜଙ୍ଗଲରେ ଥିଲେ। ଏହି ମଇଁଷ ପଲରୁ ୪ଟିକୁ ବାଘ ମାରି ଦେଇଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ଲୋକେ ଗତକାଲି ସକାଳେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାର ତଦନ୍ତ କରୁଛନ୍ତି।
କିଛିଦିନ ପୂର୍ବରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଥିବା ଟ୍ରାକ କ୍ୟାମେରାରୁ ଜଣାପଡିଥିଲା। ପରେ ପରେ ବନ ବିଭାଗ ଅଟେଇ ସଂରକ୍ଷିତ ଜଙ୍ଗଲର ୪ ଗୋଟି ରାସ୍ତାରେ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଥିଲା। ଏଥିସହିତ ଏସିଏଫଙ୍କ ନେତୃତ୍ୱରେ ଏକ ସ୍କ୍ୱାଡ୍ ଗଠନ କରାଯାଇ ବାଘର ଗତିବିଧି ଉପରେ ନଜର ରଖାଯାଇଥିଲା। ତେବେ ଗୋଟିଏ ବାଘ ମଇଁଷିଙ୍କୁ ମାରି ଖାଇଛି ନା ଆଉ ବାଘ ଅଛନ୍ତି, ସେ ନେଇ ବନ କର୍ମଚାରୀ ଅନୁସଦ୍ଧାନ ଚଳାଇଛନ୍ତି। ଏହି ଘଟଣା ପରେ ଗ୍ରାମବାସୀଙ୍କ ଭିତରେ କୋକୁଆ ଭୟ ଖେଳିଯାଇଛି।
ସୂଚନାଯୋଗ୍ୟ, ନୂଆପଡ଼ା ଜିଲ୍ଲାରେ ମଧ୍ୟ ବାଘ ଆତଙ୍କ ଦେଖିବାକୁ ମିଳିଛି। ଜିଲ୍ଲାର ଧରମବନ୍ଧା ସେକ୍ସନ ସିଲିଆରିବାହାଲ ଗାଁରେ ବାଘ ଏକ ବାଛୁରୀକୁ ଖାଇ ଦେଇଥିବା ଜଣାପଡ଼ିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/LiOzmDZ
No comments:
Post a Comment