ତୁର୍କୀ ଓ ସିରିୟା ରେ ଭୟଙ୍କର ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ। ଏଠାକାର କେରମାଡେକ୍ ଦ୍ୱିପରେ ଆଜି ଭୋରୁ ୭.୧ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହାରେ ଆଖପାଖ ଦ୍ୱିପରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ସେଟେ ଏହି ଭୂମିକମ୍ପ ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଯାଇଛି। ଲୋକେ ଭୟଭୀତ ହୋଇପଡିଛନ୍ତି।
ୟୁଏସ୍ ଜଓଲଜିକାଲ ସର୍ଭେ ମୁତାବକ, ଭୂମିକମ୍ପର କେନ୍ଦ୍ର ସ୍ଥଳ ୧୦ କିଲୋମିଟର ଗଭୀରରେ ଥଲା। ୩୦୦ କିଲୋମିଟର ବ୍ୟାସାର୍ଦ୍ଧରେ ଆସୁଥିବା ଦ୍ୱିପ ପାଇଁ ଆମେରିକା ସୁନାମୀ ଚୋତବନୀ ଜାରି କରିଛି। ଅନ୍ୟପକ୍ଷରେ ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି କହିଛି ଯେ ଭୂକମ୍ପରେ ପ୍ରବଳ କମ୍ପନ ହେବା ପରେ ନ୍ୟୁଜିଲ୍ୟାଣ୍ଡ ପାଇଁ ସୁନାମୀ ଆସିବା ନେଇ କୌଣସି ବିପଦ ନାହିଁ।
ନ୍ୟୁଜିଲ୍ୟାଣ୍ଡ ଦୁନିଆର ଦୁଇଟି ପ୍ରମୁଖ ଟେକ୍ଟୋନିକ୍ ପ୍ଲେଟ୍ (ପାସିଫିକ୍ ପ୍ଲେଟ୍ ଏବଂ ଅଷ୍ଟ୍ରେଲିୟ ପ୍ଲେଟ୍) ର ସୀମାରେ ଅବସ୍ଥିତ। ନ୍ୟୁଜିଲ୍ୟାଣ୍ଡରେ ପ୍ରତିବର୍ଷ ହଜାର ହଜାର ଭୂକମ୍ପ ଘଟିଥାଏ।ଓଁ ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଏହା ଭୂକମ୍ପ କ୍ଷେତ୍ରର ଧାରରେ ଅବସ୍ଥିତ, ଯାହାକୁ ରିଙ୍ଗ ଅଫ୍ ଫାୟାର କୁହାଯାଏ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/tTdy7uU
No comments:
Post a Comment