ଜମି ପାଇଁ ଭାଇ ହେଲା ଭଗାରି; ଲହୁଲୁହାଣ କରି ଫେରାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 17, 2023

ଜମି ପାଇଁ ଭାଇ ହେଲା ଭଗାରି; ଲହୁଲୁହାଣ କରି ଫେରାର

ଜମି ପାଇଁ ଭାଇ ସାଜିଲା ଭଗାରି । ନିଜ ବଡ଼ ଭାଇକୁ ଆକ୍ରମଣ କରି ଲହୁଲୁହାଣ କରିବାକୁ ପଛାଇଲା ନାହିଁ ସାନ ଭାଇ। ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ସଦର ଥାନା କାଲସାଏପାଳି ଗାଁରେ ଘଟିଛି । ଗୁରୁତର ବଡ଼ ଭାଇ ହେଲେ ଶତ୍ରୁଘ୍ନ କାଲସାଏ । ତାଙ୍କୁ ଆକ୍ରମଣ କରି ସାନ ଭାଇ ଭଗବାନ କାଲସାଏ ଓ ପୁତୁରା ବିପିନ କାଲସାଏ ଫେରାର ହୋଇ ଯାଇଛନ୍ତି।

ଜମି ଭାଗବଣ୍ଟାକୁ ନେଇ ଶତ୍ରୁଘ୍ନ କାଲସାଏ ଓ ଭଗବାନ କାଲସାଏଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିବା ବେଳେ ତାହା ଗତକାଲି ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ଅତିଷ୍ଠ ହୋଇ ହଠାତ ଭଗବାନ ଓ ତାଙ୍କ ପୁଅ ବିପିନ ଲୁହା ରଡ଼ରେ ଶତ୍ରୁଘ୍ନଙ୍କୁ ଆକ୍ରମଣ କରିଥିଲେ |

ଉଭୟଙ୍କ ଆକ୍ରମଣରେ ରକ୍ତାକ୍ତ ହୋଇ ପଡ଼ିଥିବା ଶତ୍ରୁଘ୍ନ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଉଭୟ ବାପପୁଅ ଫେରାର ହୋଇ ଯାଇଥିଲେ। ଗାଁ ଲୋକେ ଗୁରୁତର ଅବସ୍ଥାରେ ଶତ୍ରୁଘ୍ନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲଣେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରି ନାହିଁ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/wsGi7rI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages