ଘରେ ରଖିଥିଲେ ୭୫ ଲକ୍ଷ ଟଙ୍କାର ଗଞ୍ଜେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 27, 2023

ଘରେ ରଖିଥିଲେ ୭୫ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଖିଲପୁଟ ଗାଁରୁ ଜଣଙ୍କ ଘରୁ ୭୬୨ କେଜି ଗଞ୍ଜେଇ ଜବତ କରିଛି ପୁଲିସ୍। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ଖିଲପୁଟ ଗାଁର ଖଗପତି ଖିଲଙ୍କ ଘରେ ଏହି ଗଞ୍ଜେଇ ଗଚ୍ଛିତ ହୋଇ ରହିଥିଲା। ଏହାକୁ ବାହାର ରାଜ୍ୟକୁ ଚାଲାଣ କରାଯିବା ଉଦ୍ଦେଶ୍ୟରେ ରଖାଯାଇଥିଲା। ପୁଲିସ୍ ଏ ନେଇ କୌଣସି ସୂତ୍ରରୁ ସୂଚନା ପାଇଥିଲା। ଏହା ପରେ ଗତକାଲି ମଧ୍ୟରାତ୍ରରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ୍‌ର ଏକ ମିଳିତ ଟିମ୍ ଖଗପତିଙ୍କ ଘରେ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ପୁଲିସ୍ ଖଗପତିଙ୍କ ଘରୁ ୩୩ ବସ୍ତା ଗଞ୍ଜେଇ ଜବତ କରିଥିଲା। ତେବେ ପୁଲିସ୍ ଚଢ଼ାଉ ବେଳେ କୌଶଳକ୍ରମେ ଖଗପତି ଖିଲ ଫେରାର ହୋଇଯାଇଥିଲେ। ପୁଲିସ୍ ଖଗପତିଙ୍କୁ ଖୋଜୁଥିବା ବେଳେ ଘଟଣାର ତଦନ୍ତ କରୁଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/01du7So

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages