ରାଜ୍ୟର ପ୍ରାୟ ୨ଲକ୍ଷ ଡ୍ରାଇ ଭର ଗତ ଦୁଇଦିନ ଧରି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନରେ ସମସ୍ୟା ଦେଖାଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ଏକ ଟାସ୍କ ଫୋର୍ସ। ମୁଖ୍ୟ ଶାସନ ସଚିବ ଏହାର ଅଧ୍ୟକ୍ଷ ଅଛନ୍ତି। ଏହି ଟାସ୍କ ଫୋର୍ସରେ ଅନ୍ୟ ସଦସ୍ୟମାନେ ମଧ୍ୟ ସାମିଲ ହୋଇଛନ୍ତି। ସେମାନେ ହେଲେ ଡିଜିପି, ଉନ୍ନୟନ କମିଶନର, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ।
ଟାସ୍କଫୋର୍ସର ମୁଖ୍ୟ କାମ ହେଲା- ଜରୁରୀ ସାମଗ୍ରୀଗୁଡ଼ିକର ପରିବହନ କିପରି ସୁରୁଖୁରୁରେ ହୋଇପାରିବ, ସେଥିପାଇଁ ପଦକ୍ଷେପ ନେବ। ଏଥିପାଇଁ ୩ଟି କଣ୍ଟ୍ରୋଲ ରୁମ୍ ମଧ୍ୟ ସ୍ଥାପନ କରାଯାଇଛି। କଣ୍ଟ୍ରୋଲ ରୁମଗୁଡ଼ିକ ହେଲା-ଷ୍ଟେଟ୍ ଏମର୍ଜେନ୍ସି ରେସପନ୍ସ ସେଣ୍ଟର।
ଏହାର ଫୋନ ନମ୍ବର ହେଲା-୧୧୨ ।
ସେହିପରି ଟ୍ରାନସପୋର୍ଟ କମିଶନରଙ୍କ କାର୍ଯ୍ୟାଳୟରେ ହୋଇଥିବା କଣ୍ଟ୍ରୋଲ ରୁମର ନମ୍ବର ହେଲା ୧୮୦୦-୩୪୫-୧୦୭୩। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ସ୍ଥାପନ କରାଯାଇଥିବା ତୃତୀୟ କଣ୍ଟ୍ରୋଲ ରୁମର ନମ୍ବର ହେଲା-୦୬୭୪-୨୩୯୩୬୪୪।
ଏହି ଫୋନ ନମ୍ବର ୨୪ ଘଣ୍ଟା ଖୋଲା ରହିବ।
ଟାସ୍କଫୋର୍ସର ପ୍ରଥମ ବୈଠକରେ ବର୍ତ୍ତମାନର ସ୍ଥିତିର ଅନୁଧ୍ୟାନ କରାଯାଇଥିଲା। ସୁରୁଖୁରୁରେ ପେଟ୍ରୋଲିୟମ ସମେତ ଅତ୍ୟାବଶ୍ୟକ
ସାମଗ୍ରୀର ପରିବହନ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଲୋକେ ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିବା ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ରାଜ୍ୟ ସରକାର।
ସୂଚନାଯୋଗ୍ୟ, ରାଜ୍ୟର ପ୍ରାୟ ୨ଲକ୍ଷ ଡ୍ରାଇଭର ଗତ ଦୁଇଦିନ ଧରି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିବାବେଳେ ସରକାର ଆଜି ସେମାନଙ୍କର ୧୦ଦଫା ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ୩ମାସ ସୁଦ୍ଧା ସେମାନଙ୍କର ଦାବି ପୂରଣ କରାଯିବ ବୋଲି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଲିଖିତ ଭାବେ ଡ୍ରାଇଭର ଏକତାମଂଚକୁ ଚିଠି ଲେଖି ଜଣାଇଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ପରେ ଡ୍ରାଇଭରମାନଙ୍କ ପରବର୍ତ୍ତୀ ଆଭିମୁଖ୍ୟ କ’ଣ ହେବ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/y0ivWS6
No comments:
Post a Comment