ଆଜି ବି ପ୍ରଭାବ ଦେଖାଇବ ପଶ୍ଚିମା ଝଡ଼, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 18, 2023

ଆଜି ବି ପ୍ରଭାବ ଦେଖାଇବ ପଶ୍ଚିମା ଝଡ଼, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ବି ପ୍ରଭାବ ଦେଖାଇବ ପଶ୍ଚିମା ଝଡ଼ । କୁଆପଥର ମାଡ଼ ସହ ୪୦ରୁ ୫୦ କିମି ବେଗରେ ବହିପାରେ ପବନ । ଏନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କେନ୍ଦୁଝର, ମୟୂରଭଂଜ, ଢେଙ୍କାନାଳ ଓ ବୌଦ୍ଧରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି ।

ଗତକାଲି ପଶ୍ଚିମା ଝଡ଼ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । କିଛି ସ୍ଥାନରେ କୁଆପଥର ମାଡ଼ ମଧ୍ୟ ହୋଇଥିଲା। ବର୍ଷା, ପବନ ଯୋଗୁଁ କଟକରେ ୧୭ ନଂ ୱାର୍ଡରେ ନଡ଼ିଆ ଗଛ ପଡ଼ି ଜଣେ ଦିବ୍ୟାଙ୍ଗଙ୍କ ଘର ଭାଙ୍ଗିଯାଇଛି । ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରିର ଅଯୋଧ୍ୟା ପଞ୍ଚାୟତର ପ୍ରତାପପୁର ଗାଁରେ ଏକ ଭଙ୍ଗାଘରେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତରେ ୧୩ଟି ଗାଈଗୋରୁ ପ୍ରାଣ ହରାଇଛନ୍ତି। ଘର ଭିତରେ ୨୫ରୁ ଅଧିକ ଗୋରୁଗାଈ ଥିବା ବେଳେ ସେ ଭିତରୁ ୧୩ଟିର ମୃତ୍ୟୁ ଘଟିଛି।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଝଡ଼ତୋଫାନରେ କିଛି ଘରର ଆଜବେଷ୍ଟସ ଉଡ଼ି ଯାଇଥିବା ବେଳେ ଦୁଇ ଜଣ ମହିଳା ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହିପରି କଲ୍ୟାଣସିଂପୁର ଅଞ୍ଚଳରେ ପ୍ରବଳ କୁଆପଥର ମାଡ଼ ହୋଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/8Hw5AFZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages