ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପଥରା ବଡ଼ଦାଣ୍ଡ ସାହିରେ ଶନିବାର ବିଳମ୍ବିତ ରାତିରେ ଏକ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ଆହତ ଦ୍ୱୟ ହେଲେ କେ. ସୁରେନ୍ଦ୍ର ରେଡ୍ଡୀ ଓ ତାଙ୍କ ପତ୍ନୀ କେ. ଲକ୍ଷ୍ମୀ ରେଡ୍ଡୀ। ଅଭିଯୁକ୍ତଙ୍କ ନାଁ କେ. ସନ୍ତୋଷ ରେଡ୍ଡୀ।
ଗତକାଲି ବିଳମ୍ବିତ ରାତିରେ ସୁରେନ୍ଦ୍ର ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ପଡୋଶୀ କେ. ସନ୍ତୋଷ ରେଡ୍ଡୀ ସେମାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା। ସେ ପ୍ରଥମେ ସୁରେନ୍ଦ୍ରଙ୍କୁ ଆକ୍ରମଣ କରିଥିଲା। ତାଙ୍କ ମୁଣ୍ଡ, ବେକ ଓ ହାତରେ ଚୋଟ ବସିଛି। ତାଙ୍କୁ ବଞ୍ଚାଇବାକୁ ପ୍ରୟାସ କରି ଲକ୍ଷ୍ମୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତରେ ଗୁରୁତର ଆଘାତ ଲାଗିଛି।
ସୁରେନ୍ଦ୍ର ଓ ଲକ୍ଷ୍ମୀଙ୍କୁ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ଆକ୍ରମଣର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ କିଛି ଦିନ ତଳେ ଗାଡ଼ି ପାର୍କିଂକୁ ନେଇ ସୁରେନ୍ଦ୍ର ଓ ସୁରେଶଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ମାରପିଟ ହୋଇଥିଲା। ସୁରେନ୍ଦ୍ରଙ୍କ କହିବା ଅନୁଯାୟୀ, ସେତେବେଳେ ହୋଇଥିବା ଝଗଡ଼ାର ସମାଧାନ ହୋଇଯାଇଥିଲା। ରାଗ ଶାନ୍ତ ପଡ଼ିଯାଇଥିଲା। କାଲି ଆମେ ପିଣ୍ଡାରେ ବସିଥିବା ବେଳେ ସୁରେଶ ଆସିଥିଲା। ସେ ନିଶା କରିଥିଲା। ପୂର୍ବ ଘଟଣାକୁ ନେଇ ଭୁଲ ମାଗିଥିଲା ଓ ସେଠାରୁ ଚାଲି ଯାଇଥିଲା। କିନ୍ତୁ ହଠାତ ଫେରିଆସି ପଛଆଡୁ ମୋତେ ଖଣ୍ଡାରେ ଆକ୍ରମଣ କରିଥିଲା।
କବିସୂର୍ଯ୍ୟନଗର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/JcuWKsP
No comments:
Post a Comment