ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ଏସିଡ୍‌ ମାଡ଼ କରି ହତ୍ୟା: ୧୮ ଘଣ୍ଟା ପରେ ହଟିଲା ବିକ୍ଷୋଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 8, 2023

ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ଏସିଡ୍‌ ମାଡ଼ କରି ହତ୍ୟା: ୧୮ ଘଣ୍ଟା ପରେ ହଟିଲା ବିକ୍ଷୋଭ

ରାଜସ୍ଥାନର ବାରମେରରେ ଜଣେ ୪୪ ବର୍ଷୀୟ ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ଏସିଡ ମାଡ଼ ଘଟଣାକୁ ନେଇ ବିବାଦ ଘନେଇବାରେ ଲାଗିଛି। ମହିଳା ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିବା ପରେ ତାଙ୍କ ପରିବାର ଲୋକ ଶବକୁ ବ୍ୟବଚ୍ଛେଦ ପାଇଁ ନ ଛାଡ଼ି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଦୀର୍ଘ ୧୮ ଘଣ୍ଟା ପରେ ପରିବାର ଲୋକ ଶବର ବ୍ୟବଚ୍ଛେଦ ପାଇଁ ରାଜି ହୋଇଛନ୍ତି। ଏଥିସହ ଶବାଗାର ବାହାରେ କରୁଥିବା ବିକ୍ଷୋଭକୁ ପ୍ରତ୍ୟାହାର ମଧ୍ୟ କରିଛନ୍ତି।

ପୁଲିସ୍‌ ପ୍ରାଥମିକ ଅବସ୍ଥାରେ ମାମଲା ରୁଜୁ କରିବାକୁ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହୋଇଛି। ଏହା ବିରୋଧ ଦଳିତ ସଂପ୍ରଦାୟର ଲୋକମାନେ ବିକ୍ଷୋଭ କରିବା ସହ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ୧ କୋଟିର ଆର୍ଥିକ ସହାୟତା, ପରିବାରର ଜଣଙ୍କୁ ସରକାରୀ ଚାକିରି ଓ ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରିଥିଲେ। ପ୍ରଶାସନ ସେମାନଙ୍କ କଥାରେ ରାଜି ହେବା ସହ ଉପଯୁକ୍ତ କ୍ଷତିପୂରଣ ମିଳିବା ପରେ ପରିବାର ଲୋକ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି।

ଏହି ଭୟଙ୍କର କାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରିସାରିଛି। ତା’ ନାଁରେ ପ୍ରଥମେ ୩୭୬,୩୨୬,୪୫୦ ଓ ଅନୁସୂଚିତ ଜାତି ଏବଂ ଜନଜାତି ଆଇନର ବିଭିନ୍ନ ଦଫା ଲାଗିଥିଲା। ଏବେ ଅଭିଯୁକ୍ତ ନାଁରେ ୩୦୨ ଦଫା ମଧ୍ୟ ଲାଗିଛି।

ଏପ୍ରିଲ ୬ ତାରିଖରେ ୪୪ ବର୍ଷୀୟ ମହିଳାଙ୍କୁ ତାଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ବ୍ୟକ୍ତି ଦୁଷ୍କର୍ମ କରିବା ସହ ତାଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଯୋଧପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ମହିଳା ଜଣଙ୍କ ପୁଲିସ୍‌କୁ କହିଥିଲେ ଯେ ୩୦ ବର୍ଷୀୟ ଶକୋର ଖାନ ଗୁରୁବାର ଦିନ ୧ଟାରେ ତାଙ୍କ ଘର ଭିତରେ ପଶିବା ସହ ତାଙ୍କୁ ଦୁଷ୍କର୍ମ କରିଥିଲା।

ଦୁଷ୍କର୍ମ ସମ୍ପର୍କରେ ମହିଳା ଜଣଙ୍କ କାଳେ ପ୍ରଘଟ କରି ଦେବେ, ସେହି ଭୟରେ ସେ ତାଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲା। ଏସିଡ ମାଡ଼ ଯୋଗୁ ମହିଳାଙ୍କ ଦେହର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା।

ମହିଳାଙ୍କୁ ପ୍ରଥମେ ବାରମେର ପରେ ଯୋଧପୁର ନିଆ ଯାଇଥିଲା। ହେଲେ ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଥିଲେ ହେଁ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।

ଆଉ ୯ ମାସ ପରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ତେଣୁ ଏହାକୁ ପ୍ରସଙ୍ଗ କରି ବିରୋଧୀ ବିଜେପି କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିବା ଆରମ୍ଭ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଯାଏ ସବୁ ବିଜେପି ନେତା ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଦାୟୀ କରିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Oa5sCcG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages