ନବ ଗଠିତ ପିସିସିକୁ ନେଇ ତାରାଙ୍କ ପରେ ଅସନ୍ତୋଷ ଝାଡ଼ିଲେ ସୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 27, 2023

ନବ ଗଠିତ ପିସିସିକୁ ନେଇ ତାରାଙ୍କ ପରେ ଅସନ୍ତୋଷ ଝାଡ଼ିଲେ ସୁର

ନବ ଗଠିତ ପ୍ରଦେଶ କଂଗ୍ରେସ କମିଟି (ପିସିସି)କୁ ନେଇ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ପରେ ଅସନ୍ତୋଷ ଝାଡ଼ିଛନ୍ତି ବିଧାୟକ ସୁର ରାଉତରାୟ।

ସେ କହିଛନ୍ତି, ନବ ଗଠିତ କଂଗ୍ରେସ କମିଟିରେ ବହୁ ଅଯୋଗ୍ୟ ଲୋକ ବଡ଼ ବଡ଼ ପୋଷ୍ଟରେ ଅଛନ୍ତି। ବାସ୍ତବରେ ସଂଗଠନରେ ସେମାନଙ୍କର କୌଣସି ସ୍ଥାନ ନାହିଁ। ଏହାକୁ ନେଇ ମୁଁ ଅସନ୍ତୁଷ୍ଟ ଅଛି। ମୋ ଅସନ୍ତୋଷ ବିଷୟରେ ମୁଁ ସଭାପତିଙ୍କୁ ଅବଗତ କରିଛି। ବାଦ୍ ପଡ଼ିଥିବା କିଛି ନାଁକୁ କମିଟିରେ ସାମିଲ୍ କରିବାକୁ କହିଛି। ବଡ଼ ପୋଷ୍ଟ ପାଇଁ ମୋର ଲାଳସା ନାହିଁ। ଲୋକଙ୍କ ପାଇଁ ମୋର ଲାଳସା ରହିଛି।

ସୁର ରାଉତରାୟ ଆହୁରି କହିଛନ୍ତି, ଯେଉଁମାନେ ନବ ଗଠିତ କମିଟିରେ ଅସନ୍ତୁଷ୍ଟ, ସେମାନେ ସଭାପତି ଓ ସଂପାଦଙ୍କ ସହ କଥାବାର୍ତ୍ତା କରି ସମାଧାନ କରନ୍ତୁ। ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଇ ନିର୍ବାଚନ ବର୍ଷରେ ଦଳ ଭିତରେ ଏପଟ ସେପଟ କରନ୍ତୁ ନାହିଁ। ଦଳ ନୀତିକୁ ଭଷ୍ଟ୍ର କରନ୍ତୁ ନାହିଁ। ନବ ଗଠିତ କଂଗ୍ରେସ କମିଟିକୁ ଅଭିନନ୍ଦନ ଜଣାନ୍ତୁ। ସବୁ ଭୁଲି କଂଗ୍ରେସର କର୍ମକର୍ତ୍ତାମାନେ ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ପ୍ରଚାର କରନ୍ତୁ।

କିଛି ଦିନ ତଳେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ନବ ଗଠିତ କଂଗ୍ରେସ କମିଟି ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ- ମୋତେ ଭାଇସ୍‌ ପ୍ରେସିଡେଣ୍ଟ ପଦବୀର ଆବଶ୍ୟକତା ନାହିଁ। ଭାଲୁ ବାହିନୀପତି ନାଁ କାଫି। ମୋର ଭାଇସ୍‌ ପ୍ରେସିଡେଣ୍ଟ୍‌ ପଦବୀ କ’ଣ ହେବ?



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/zIEeOWQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages