କିଛି ଦିନ ହେବ ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟାସୁଦ୍ଧା ତାପମାତ୍ରା ୩୦ ଡିଗ୍ରୀ ପାର କରି ଯାଉଛି। ଯାହାଫଳରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ପ୍ରଚଣ୍ଡ ଗ୍ରୀଷ୍ଣପ୍ରବାହ ଯୋଗୁ ଅଂଶୁଘାତ ହେବାର ସମ୍ଭାବନା ରହିଛି। ଏହାର ମୁକାବିଲା ପାଇଁ କ୍ୟାପିଟାଲରେ ହସପିଟାଲରେ ସ୍ୱତନ୍ତ୍ର ଅଂଶୁଘାତ ଉପଚାର ବ୍ୟବସ୍ଥା କରଯାଇଥିବା କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, କାଜୁଆଲିଟି ନିକଟରେ ଏକ ୪ ଶଯ୍ୟା ବିଶିଷ୍ଟ ଏମରଜେନ୍ସି ଅଂଶୁଘାତ ଉପଚାର ରୁମ ଖୋଲାଯାଇଛି। ସେହିପରି ଜରାୟୁ ରୋଗ
ୱାର୍ଡ ନିକଟରେ ୧୦ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ଉପଚାର ଗୃହ ଖୋଲାଯାଇଛି। ଔଷଧ ମହଜୁଦ ରଖାଯାଇଛି । ରୋଗୀମାନଙ୍କୁ ORS ଦିଆଯାଉଛି । ଡାକ୍ତର ସଜାଗ ଅଛନ୍ତି। ତେବେ ଲୋକମାନେ ଖରାରେ ବାହାରକୁ ବାହାରନ୍ତୁ ନାହିଁ । ଅତି ଜରୁରୀ କାମରେ ଯଦି ବାହାରକୁ
ବାହାରୁଛନ୍ତି ସାଥିରେ ଛତା, ଓଦା ଗାମୁଛା ଆଦି ରଖନ୍ତୁ।
ସେହିପରି ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ଗତକାଲି ଟ୍ୱିଟ୍ କରି ଏସ୍ଆରସି ପରାମର୍ଶ ଦେଇଥିଲେ। ଖରାବେଳେ କାମ ନ କରିବାକୁ ଶ୍ରମିକଙ୍କୁ ପରାମର୍ଶ ଦେଇଥିଲେ। ଆବଶ୍ୟକ ନପଡ଼ିଲେ ଘରୁ ନ ବାହାରିବାକୁ ସେ ଲୋକଙ୍କୁ କହିଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ZsA4tOk
No comments:
Post a Comment