ମୁକୁଲ ରୟ ନିଖୋଜ; ଅଭିଯୋଗ କଲେ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 17, 2023

ମୁକୁଲ ରୟ ନିଖୋଜ; ଅଭିଯୋଗ କଲେ ପୁଅ

ତୃଣମୂଳ କଂଗ୍ରେସ ନେତା ମୁକୁଲ ରୟ ହଠାତ୍‌ ଗତକାଲିଠୁ ନିଖୋଜ ହୋଇ ଯାଇଛନ୍ତି। ତାଙ୍କର କୌଣସି ପତ୍ତା ମିଳୁନି । ଏନେଇ ଅଭିଯୋଗ କରିଛନ୍ତି ତାଙ୍କ ପୁଅ ଶୁଭ୍ରାଶୁଂ ରାୟ ।

ମୁକୁଲ ରାୟ ଗତକାଲି ସନ୍ଧ୍ୟାରେ ଫ୍ଳାଇଟରେ କୋଲକତାରୁ ଦିଲ୍ଲୀ ଅଭିମୁଖେ ଯାଇଥିଲେ। ଫ୍ଲାଇଟ ଗତକାଲି ରାତି ୯ଟା୫୫ରେ ଦିଲ୍ଲୀରେ ଲ୍ୟାଣ୍ଡ କରିଥିଲା। ମାତ୍ର ଏହାପରଠୁ ମୁକୁଲ ରାୟଙ୍କୁ ତାଙ୍କ ପରିବାର ଲୋକେ ଆଉ ଯୋଗାଯୋଗ କରି ପାରୁ ନାହାନ୍ତି। ଫ୍ଲାଇଟ ଲ୍ୟାଣ୍ଡ କରିବା ପରେ ମୁକୁଲ ରୟ ସେଥିରୁ ଓହ୍ଲାଇ କେଉଁଆଡ଼େ ଚାଲିଗଲେ ନା ତାଙ୍କ ସହ ଆଉ କିଛି ଅଘଟଣ ଘଟିଛି ସେ ନେଇ କିଛି ସୂଚନା ମିଳି ପାରୁନି ।

ଏନେଇ ପରିବାର ପକ୍ଷରୁ ଏୟାରପୋର୍ଟ ଥାନାରେ ଅଭିଯୋଗ କରାଯାଇଥିବା ଶୁଭ୍ରାଶୁଂ ରାୟ ସୂଚନା ଦେଇଛନ୍ତି। ହେଲେ ଏ ନେଇ ବିଧିବଦ୍ଧ ଭାବେ କୌଣସି ଅଭିଯୋଗ ହୋଇ ନ ଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ପତ୍ନୀଙ୍କ ମୃତ୍ୟୁ ପରେ ଦୀର୍ଘ ଦିନ ହେଲା ଅସୁସ୍ଥ ରହୁଥିବା ମୁକୁଲ ରୟ ଗତ ଫେବୃୟାରୀରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟିଏମ୍‌ସି ନେତା ମୁକୁଲ ରୟ ଓ ତାଙ୍କ ପୁଅ ମଧ୍ୟରେ ମନୋମାଳିନ୍ୟ ଘଟିଥିଲା। ଏହା ପରଠୁ ସେ ନିଖୋଜ ଅଛନ୍ତି।

ପଶ୍ଚିମବଙ୍ଗରେ ବିଜେପି ଗତ ବିଧାନସଭା ନିର୍ବାଚନ ହାରିବା ପରେ ଦଳର ଆଗ ଧାଡ଼ିର ନେତା ମୁକୁଲ ରୟ ନିଜ ପୁଅ ସହ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ମୁକୁଲ ରୟ ଟିଏମସିରେ ମିଶିବା ପରେ ବିଜେପିକୁ ଟାର୍ଗେଟ କରି ମମତା କହିଥିଲେ, ବିଜେପିରେ ବହୁତ ଶୋଷଣ ହେଉଛି। ସେଠାରେ ବଞ୍ଚିବା ଅସମ୍ଭବ । ତାହା ସାମାନ୍ୟ ଲୋକଙ୍କ ପାର୍ଟି ନୁହେଁ। ଏଥଇସହ ସେ କହିଥିଲେ ମୁକୁଲ ଆମ ଘରର ପୁଅ, ତାଙ୍କର ଘର ବାହୁଡ଼ା ହୋଇଛି। ମୋର ତାଙ୍କ ସହ କିଛି ମତଭେଦ ନାହିଁ। କିନ୍ତୁ ଯେଉଁମାନେ ଦଳ ସହ ବେଇମାନି କରିଛନ୍ତି ଦଳରେ ତାଙ୍କର କିଛି ଜାଗା ନାହିଁ। ଅନ୍ୟମାନେ କିନ୍ତୁ ଦଳକୁ ଫେରି ପାରିବେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/iyZpkDn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages