ମିଆଁମାରରେ ସେନାର ଦମନଲୀଲା; ଆକାଶରୁ ହେଲା ବୋମା ମାଡ଼, ଶତାଧିକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 11, 2023

ମିଆଁମାରରେ ସେନାର ଦମନଲୀଲା; ଆକାଶରୁ ହେଲା ବୋମା ମାଡ଼, ଶତାଧିକ ମୃତ

ମିଆଁମାରରେ ସେନା ରଚିଲା ଦମନଲୀଳା। ଆକାଶ ଉପରୁ କଲା ଆଖିବୁଜା ଗୁଳି ମାଡ଼। ଏଥିରେ ପ୍ରାୟ ଶତାଧିକ ସାଧାରଣ ଲୋକ ଅକାଳରେ ପ୍ରାଣ ହରାଇଥିବା ବେଳେ ସେଥିରେ ଛୋଟ ପିଲା, ମହିଳା ବି ସାମିଲ ଅଛନ୍ତି । ଏପରି ଏକ ଅମାନବୀୟ ଘଟଣା ମିଆଁମାର ସେନା ଗତକାଲି ଘଟାଇଥିବା ବେଳେ ଏହାକୁ ଜାତିସଂଘ ତୀବ୍ର ନିନ୍ଦା କରିଛି।

ମିଆଁମାରର ସାଗାଇଙ୍କ ପ୍ରଦେଶର ପାଜିଗି ଗାଁରେ ଗତକାଲି ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ଉକ୍ତ ସମୟରେ ଆକାଶ ମାର୍ଗରୁ ଆଖି ବୁଜା ଗୁଳି ମାଡ଼ ହୋଇଥିଲା। ଏପରିକି ତୁହାକୁ ତୁହା ବମ୍‌ ବର୍ଷା ହେବାରୁ ଲୋକେ ନିଜ ଜୀବନ ବଞ୍ଚାଇବାକୁ ସମୟ ପାଇପାରି ନ ଥିଲେ। ଫଳରେ ଶତାଧିକ ଲୋକ ଘଟଣାସ୍ଥଳରେ ହିଁ ଟଳି ପଡ଼ିଲେ। ଫଳରେ ଯେଉଁ ସ୍ଥାନ କ୍ଷଣକ ପୂର୍ବରୁ କୋଳାହଳରେ ଫାଟି ପଡ଼ୁଥିଲା, ତାହା ସାଙ୍ଗେ ସାଙ୍ଗେ ଶ୍ମଶାନରେ ପରିଣତ ହୋଇଗଲା।

ମିଳିତ ଜାତିସଂଘର ମାନବଧିକାର ଅଧିକାର କମିଶନର ଭୋଲକର ତୁର୍କ ଏକ ବିବୃତ୍ତିରେ କହିଛନ୍ତି ଯେ ଏୟାର ଷ୍ଟ୍ରାଇକର ଏହି ରିପୋର୍ଟ ଖୁବ୍‌ ଚିନ୍ତାଜନକ । ଘଟଣାସ୍ଥଳର ଭୟଙ୍କର ଚିତ୍ର ଦେଖିଲେ ଏପରି ଲାଗୁଛି ଯେପରି ସେଠାରେ ସ୍କୁଲ ପିଲାମାନେ ନାଚୁଥିବା ବେଳେ ଅନ୍ୟ ସାଧାରଣ ନାଗରିକ ତାହାକୁ ଉପଭୋଗ କରୁଥିଲେ।

ମିଆଁମାର ସାମରିକ ସରକାରଙ୍କ ମୁଖପାତ୍ର ମେଜର ଜେନେରାଲ ଜା ମିନ ଟୁନ୍ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବିବୃତ୍ତିରେ ଏହି ଆକ୍ରମଣ ଘଟଣାକୁ ସ୍ୱୀକାର କରିଛନ୍ତି। ବିଦ୍ରୋହୀ ଗୋଷ୍ଠୀ କାର୍ଯ୍ୟାଳୟର ଉଦଘାଟନ ସମୟରେ ଏହି ଆକ୍ରମଣ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ସରକାରୀ ବିରୋଧୀ ବାହିନୀ ଆତଙ୍କବାଦୀ ଅଭିଯାନ ଚଳାଇଥିବା ବେଳେ ସେନା ଏପରି ଆକ୍ରମଣ କରିଥିବା ସେ ସଫେଇ ଦେଇଛନ୍ତି। ଏହି ସାମରିକ ଆକ୍ରମଣକୁ ବିଶ୍ୱର ବିଭିନ୍ନ ଦେଶ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।

୨୦୨୧ ମସିହାରେ ମିଆଁମାର ସେନା କ୍ଷମତାସୀନ ସାନ ସୁ ଚୀ ଙ୍କ ନିର୍ବାଚିତ ସରକାରକୁ ହଟାଇ ଶାସନ କ୍ଷମତାକୁ ଅକ୍ତିଆର କରିଥିଲା। ଏହାକୁ ବିରୋଧ କରୁଥିବା ସଙ୍ଗଠନ ତଥା ବ୍ୟକ୍ତିବିଶେଷଙ୍କୁ ନିପାତ କରିବାକୁ ସେନା ବିଭିନ୍ନ ସମୟରେ ଦମନଲୀଳା ଚଳାଉଛି। ସେନା ବିରୋଧରେ ମୁହଁ ଫିଟାଇ ଏଯାବତ ମିଆଁମାରର ୩ ହଜାରରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/CUXPp7b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages