ବାଣ ବିସ୍ଫୋରଣରେ ବାପାର ମୃତ୍ୟୁ ଘଟିଥିବାବେଳେ ଅଳ୍ପକେ ଝିଅର ଜୀବନ ବଞ୍ଚିଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜୁପର ଜିଲ୍ଳା ବିଞ୍ଝାରପୁର ବ୍ଲକ ବାସୁଦେବପୁର ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ କାଳନ୍ଦି ମଲ୍ଲିକ।
ଆହତ ବେଙ୍ଗୁଲି ମଲ୍ଲିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀର ୬୦ ପ୍ରତିଶତ ଭାଗ ପୋଡ଼ି ଯାଇଛି। ବେଙ୍ଗୁଲି ସମ୍ପର୍କରେ କାଳନ୍ଦୀଙ୍କ ଝିଅ ବୋଲି ଜଣାଯାଇଛି।
କାଳନ୍ଦି ନିଜ ଘରେ ବାଣ ପ୍ରସ୍ତୁତ କରି ରଖିଥିଲେ। ଗତକାଲି ରାତିରେ ସେହି ବାଣ ଗୁଡ଼ିକୁ ଘରକୁ ଆଣୁଥିଲେ। ଏହି ସମୟରେ ବେଙ୍ଗୁଲି ତାଙ୍କ ପାଖରେ ଠିଆ ହୋଇଥିଲେ। ହଠାତ୍ ବାଣ ବିସ୍ଫୋରଣ ଘଟିବାରୁ କାଳନ୍ଦିଙ୍କର ମୃତ୍ୟୁ ଘଟିଥିବା ବେଳେ ବେଙ୍ଗୁଲି ଗୁରୁତର ଆହତ ହୋଇଥିଲେ। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। କାଳନ୍ଦି ବାଣ ତିଆରି କରିବା ପାଇଁ ଲାଇସେନ୍ସ କରିଥିଲେ ନାହିଁ ସେନେଇ ସେନେଇ ପୁଲିସ ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/AxUTpv6
No comments:
Post a Comment